ଜମା ସୁଧୁରିବେ ନାହିଁ, ଶେଷରେ ପୋଷ୍ଟର ଧରାଉଛି ପୋଲିସ

Published By : Prameya-News7 Bureau | March 29, 2020 IST

ଭଦ୍ରକ ୨୯।୦୯୩:  ମୁଁ ଜନସାଧାରଣ ଙ୍କ ଶତ୍ରୁ , ମୁଁ ଜଣେ ଦେଶଦ୍ରୋହୀ । ଏହି ପୋଷ୍ଟର ଧରିଥିବା ଅମାନିଆ ଲୋକ ଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆ ରେ ପୋଷ୍ଟ ହେଉଛି । ଏହି ପୋଷ୍ଟର ଏବେ ଧରାଇ ଫୋଟୋ ଉଠାଇଛି  ଭଦ୍ରକ ପୋଲିସ ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରେ ରହିଛି ସାବରଙ୍ଗ ଫାଣ୍ଡି। ସବୁଠି ଲକଡାଉନ ସତ୍ତ୍ୱେ କେତେକ ଲୋକ ଏବେ ପର୍ଯ୍ୟନ୍ତ ନିୟମ କୁ ଫୁ କରି ବୁଲୁଛନ୍ତି । ଯେମିତି ଶପଥ କରିଛନ୍ତି ଯେ କୌଣସି ନିୟମ କୁ ମାନିବେ ନାହିଁ । ଏଭଳି ଅମାନିଆ ଲୋକ ଙ୍କୁ କରୋନା ଭଳି ମହାମାରୀ ବେଳେ ନିୟମ ଉଲଂଘନ କାରୀ ଙ୍କୁ ନୂଆ ଷ୍ଟାଇଲ ରେ ପାନେ ଦଉଛି ସାବରଙ୍ଗ ପୋଲିସ । ନିୟମ ନମାନି ରାସ୍ତା ରେ ବୁଲୁଥିବା ଲୋକ ଙ୍କୁ ଧରି ପୋଷ୍ଟର ଧରାଉଛି । ଆଉ ସେହି ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।

 ତେବେ ଏମିତି ନୂଆ ଷ୍ଟାଇଲ ର ଦଣ୍ଡ ଦେଉଛି ପୋଲିସ । କାହାର ସମ୍ମାନ ହାନୀ କରିବା ପୋଲିସ ର ଇଚ୍ଛା ନଥିଲେ ମଧ୍ୟ ଏମିତି କରିବା ପାଇଁ ବାଧ୍ୟ ହେଉଛି ପୋଲିସ । ପୋଲିସ , ପ୍ରଶାସନ , ଗଣମାଧ୍ୟମ ମାଧ୍ୟମ ରେ ସବୁ ବେଳେ ସଚେତନତା ର ବାର୍ତ୍ତା ପ୍ରଚାର କରୁଥିଲେ ମଧ୍ୟ ଏହି ନୂଆ ଷ୍ଟାଇଲ ର ପେଟେଣ୍ଟ ମେଡ଼ିସିନ ଅମାନିଆ ଲୋକଙ୍କୁ ପରିବର୍ତ୍ତନ କରିବ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.