Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିପିଲି ଟୋଲ୍‌ଗେଟ୍‌ରେ ଲିଫ୍‌ଲେଟ୍ ବାଣ୍ଟି ଟ୍ରାଫିକ୍ ନିୟମ ନେଇ ସଚେତନ କରାଇଲା ପୋଲିସ

8/09/2019 at 3:28 PM

ନିମାପଡା ୮।୯: ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ଜନସାଧାରଣଙ୍କ ମନରେ ଭୟ ଖେଳିଯାଇଛି । ରାଜ୍ୟର ବିଭିନ୍ନ ଟୋଲଗେଟ ନିକଟରେ ଆଇନ ଖିଲାପକାରୀଙ୍କୁ ତନଖି କଡାକଡ଼ି କରାଯାଇଛି। ପ୍ରତିଦିନ ସନ୍ଧ୍ୟାଠାରୁ ରାତି ୧୨ଟା ଯାଏଁ ଗେଟ୍ ନିକଟରେ ତନଖି ହୋଇ ବିପୁଳ ଜରିମନା ଆଦାୟ କରାଯାଉଛି।

ପୁରୀ ଜିଲ୍ଲା ପିପିଲିରେ ଥିବା ଟୋଲଗେଟରେ ପିପିଲି ପୋଲିସ ଲୋକଙ୍କୁ ଲିଫଲେଟ୍ ବାଣ୍ଟି ସଚେତନ କରୁଥିବା ଦେଖିବାକୁ ମିଳୁଛି। ବାଇକ୍ ଆରୋହୀଙ୍କୁ ହେଲମେଟ ପିନ୍ଧିବା ପାଇଁ ବୁଝାଉଥିବା ବେଳେ କାର ଆରୋହୀଙ୍କୁ ସିଟ୍ ବେଲ୍ଟ ବାନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି ପିପିଲି ଥାନାର ଅଧିକାରୀମାନେ।

ନୂଆ ମୋଟର ଯାନ ଆଇନକୁ ଅନେକ ସ୍ବାଗତ କରିଥିବା ବେଳେ ଜନସାଧାରଣଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି। ପୋଲିସ ନିର୍ଦ୍ଦେଶକୁ ଅବମାନନା କରି ଠକି ଚାଲିଯିବା ପାଇଁ ଉଦ୍ୟମ କରୁଥିବା ବାଇକରମାନଙ୍କ ଠାରୁ ଫାଇନ୍ ଆଦାୟ ହୋଇଥିଲା।

   Related Posts