ସହିଦନଗର ଥାନାରେ ପଶି ପୋଲିସଙ୍କୁ ମାଡ ଓ ଭଙ୍ଗାରୁଜା ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 09, 2019 IST

ଭୁବନେଶ୍ବର ୯|୩ : ସହିଦ ନଗର ଥାନାରେ ପଶି ପୋଲିସଙ୍କୁ ମାଡ ଓ ଭଙ୍ଗାରୁଜା ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ କରିଛି କମିଶନରେଟ୍ ପୋଲିସ । ଆଜି ପ୍ରକାଶଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ଗତ ରବିବାର ରାତିରେ ସହିଦନଗର ଥାନରେ କିଛି ଯୁବକ ପଶି ଲଙ୍ଗକାଣ୍ଡ ଭିଆଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଆହତ ହୋଇଥିଲେ । ଏହା ସହ ଥାନାରେ ଫୁଲକୁଣ୍ଡ, ଟିଭି, ଆସବାପତ୍ର ଭଙ୍ଗାରୁଜା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.