ଚାନ୍ଦବାଲି ୧୨।୪: ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଳିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ। ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବକ ଆରଡି ପୀଠର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ପୋଲିସ ତାଙ୍କୁ ଫାଣ୍ଡିରେ ଅଟକ ରଖିଥିଲେ । ଯୁବକଙ୍କ ଭୁଲ୍ ଏତିକି ଯେ, ଫାଣ୍ଡି ମଧ୍ୟରେ ଯୁକ୍ତି ତର୍କ ଭିତରେ ମୋବାଇଲ୍ ବାହାର କରି ଫଟୋ ଉତ୍ତୋଳନ କରିବା ପାଇଁ ଚେଷ୍ଟା କରୁଥିଲେ। ହଠାତ୍ ୫ରୁ ୬ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ। ଖାଲି ଏତିକି ନୁହେଁ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ । ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଫାଣ୍ଡି ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
wp:html/wp:htmlମାସ୍କ ନପିନ୍ଧିବାରୁ ପିଟିଲା ପୋଲିସ୍#Odisha #coronavirus #COVID19India pic.twitter.com/7ZDteoTHVL
— Prameya News7 (@NEWS7Odia) April 12, 2021