କଳ୍ପନା ମର୍ଡର ମିଷ୍ଟ୍ରି : ମୃତ କଳ୍ପନାଙ୍କ ଭାଉଜଙ୍କୁ ହାଜର ହେବାକୁ ନୋଟିସ୍, ଇନୋଭା ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ

Published By : Prameya-News7 Bureau | February 18, 2020 IST

ଝାରସୁଗୁଡା ୧୮।୨: ପୋଲିସ ସ୍କାନରରେ ଅନୁପ ସାଏଙ୍କ ସଂପର୍କୀୟ । କଳ୍ପନା ଦାସ ଓ ବବଲି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପୋଲିସ କବଜାକୁ ଆସିବା ପରଠୁ ଗୋଟିକ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି । ମୃତ କଳ୍ପନା ଦାସଙ୍କ ଭାଉଜ ରୀନା ଦାସଙ୍କୁ ଆଜି ରାୟଗଡ ଚକ୍ରଧରପୁର ଥାନାରେ ହାଜର ହେବାକୁ ନୋଟିସ ଜାରି କରିଛି ପୋଲିସ । ତାଙ୍କର ଆଜି ବୟାନ ରେକର୍ଡ କରାଯାଇପାରେ ।

{"id":225803,"sizeSlug":"large"}

ସେପଟେ ଅନୁପଙ୍କ ସଂପର୍କୀୟ ତଥା କୁଚିଣ୍ଡା ଅଞ୍ଚଳର ଇନୋଭା ଡ୍ରାଇଭରଙ୍କୁ ଛତିଶଗଡ ପୋଲିସ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ଲମଟିବାହାଲ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାକୁ ଯାଇ ଅନୁପଙ୍କ ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ସଂଗ୍ରହ କରିଛି । ଏହି ଘଟଣାରେ ଅନୁପ ଏବଂ ତାଙ୍କ ଡ୍ରାଇଭରଙ୍କ ବ୍ୟତୀତ ଆଉ କେଉଁମାନେ ସଂପୃକ୍ତ ସେନେଇ ପୋଲିସ ତନାଘନା ଚଳାଇଛି । ଅନୁପଙ୍କ କେତେକ ସହଯୋଗୀ ଏବଂ ସଂପର୍କୀୟ ଏହି ମାମଲାରେ ଛନ୍ଦି ହେବା ସମ୍ଭାବନା ସୃଷ୍ଟି ହୋଇଛି ।

{"id":225795,"sizeSlug":"large"}

ସୂଚନା ଅନୁଯାୟୀ ରାୟଗଡ ପୋଲିସ ଆଜି ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିବ । ଏପଟେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଉଭୟ ବୋଲେରୋ ଏବଂ ଇନୋଭା ଗାଡିକୁ ଆଜି ଚକ୍ରଧରପୁର ଥାନାରେ ପହଞ୍ଚାଇବାକୁ ଅନୁପଙ୍କ ପୁତୁରାକୁ ନୋଟିସ କରାଯାଇଛି । ତେବେ ବୋଲେରୋ ଗାଡିକୁ ବିକ୍ରି କରିଦିଆଯାଇଥିବାରୁ ସନ୍ଦେହ ବଢିଛି ।

{"id":225797,"sizeSlug":"large"}

ଏବେ ଜଣେ ପରେ ଜଣେ ପୋଲିସ ତଦନ୍ତ ପରିସରଭୁକ୍ତ ହେବାକୁ ଲାଗିଛନ୍ତି । ଅନୁପ ସାଏଙ୍କ ଆଉ ଜଣେ ସଂପର୍କୀୟଙ୍କୁ ମଧ୍ୟ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି । ପୋଲିସ ସ୍କାନରରେ ଅନୁପକଙ୍କ ସଂପର୍କୀୟ ଏବଂ ସହଯୋଗୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କାହାର କ’ଣ ଭୂମିକା ରହିଛି ସେନେଇ ପୋଲିସ ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.