ବେପରୁଆ ଗାଡି ଚଳାଇ ପୋଲିସ ଏଏସଆଇ ନିଲମ୍ବିତ, ଗାଡି ଧକ୍କାରେ ଦୁଇ ଜଣ ହୋଇଥିଲେ ଆହତ

Published By : Prameya-News7 Bureau | September 23, 2019 IST

ଉଦଳା ୨୩।୯: ନିଶାସକ୍ତ ଅବସ୍ଥାରେ କାର ଚଳାଇ ଦୁର୍ଘଟଣା କରିବା ପରେ ପୋଲିସ ଏଏସଆଇ ନିଲମ୍ବିତ ହୋଇଛନ୍ତି । ବାରିପଦା ହେଡକ୍ବାର୍ଟର ଥାନାର ଏଏସଆଇ ଶୁଭେନ୍ଦୁ ବେହେରା ନିଲମ୍ବିତ ହୋଇଛନ୍ତି ।

{"id":161299}

ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ୮ଟା ସମୟରେ ନିଜ କାରରେ କପ୍ତିପଦାରୁ ଉଦଳା ଆସୁଥିଲେ ଶୁଭେନ୍ଦୁ । ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଗାଡି ଉପରେ ନିୟନ୍ତ୍ରଣ ନଥିଲା । ଉଦଳା-କପ୍ତିପଦା ରାସ୍ତା ଏସଆର ପେଟ୍ରୋଲ ପମ୍ପ୍ ନିକଟରେ ବାଇକରେ ଯାଉଥିବା ୨ ଜଣ ଯୁବକଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲେ । ୨ ଜଣ ଯୁବକ ଗାଡିରୁ ଖସି ତଳେ ପଡିଥିବାବେଳେ ଶୁଭେନ୍ଦୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ବଦଳରେ ଦ୍ରୁତ ଗତିରେ ଖସିଯାଇଥିଲେ । ହେଲେ ନିଶାସକ୍ତ ଅବସ୍ଥାରେ ବେଶି ବାଟ ଯାଇପାରିନଥିଲେ । କୃଷକ ବଜାର ଛକ ନିକଟରେ ଗାଡିକୁ ସାଇଡ କରିବାକୁ ଯାଇ ଖୁଣ୍ଟରେ ବାଡେଇ ହୋଇଥିଲେ । ସେଠାରେ ଲୋକେ ତାଙ୍କୁ କାବୁ କରିଥିଲେ ।

{"id":161300}

ମଦ ପିଇ ମାତାଲ ଅବସ୍ଥାରେ ଗାଡି ଚଳାଉଥିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି । ସ୍ଥାନୀୟ ଲୋକେ ତାଙ୍କୁ ଠେଲାପେଲା କରି ଧକ୍କା ମାରିବା ସହ ଘୋଷରାଟଣା କରିଥିଲେ । ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭେନ୍ଦୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ମୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେପଟେ ଗୁରୁତର ୨ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ବଡବିଶୋଳ ଅଞ୍ଚଳର ପ୍ରଭନ ପରିଡା ଓ ସତ୍ୟଜିତ ନାଏକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.