ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଏଏସଆଇ, ହୋମ୍ କ୍ୱାରେଣ୍ଟାଇନରେ ଥିଲେ, ଏକ ମାସ ତଳେ କରିଥିଲେ ବିବାହ

Published By : Prameya-News7 Bureau | August 10, 2020 IST

ଜାମସେଦପୁର, ୧୦|୦୮: ଝାଡଖଣ୍ଡର ଜାମସେଦପୁରରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ଏଏସଆଇ ଆତ୍ମହତ୍ୟା କରିଛନ୍ତି ।ଆତ୍ମହତ୍ୟା କରିଥିବା ଏଏସଆଇ ହେଲେ ତରୁଣ ପାଣ୍ଡେ ।ସେ ସର୍ଭିସ ବନ୍ଧୁକରୁ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସେ ଗୋଟିଏ ମାସ ପୂର୍ବରୁ ବିବାହ କରିଥିଲେ ।ନିକଟରେ ସେ ନବବଧୂଙ୍କ ସହ ଜାମସେଦପୁରରେ ପହଁଚି କ୍ୱାରେଣ୍ଟାଇନରେ ରହିଥିଲେ ।

ତରୁଣଙ୍କ ମୃତଦେହ ଘର ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ସୂଚନା ମିଳିବା ପରେ ଜିଲ୍ଲା ଏସଏସପି ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ମାମଲାର ତଦନ୍ତ ଆରମ୍ଭ ହୋଇଛି । ମୃତ ଏଏସଆଇ ଜିପି ଥାନାରେ କାର୍ଯ୍ୟରତ୍ତ ଥିଲେ ।

ପ୍ରଥମେ ତରୁଣ ବିଏସଏଫରେ କାର୍ଯ୍ୟ କରୁଥିଲେ । ଏପରିକି ହ୍ୟାଣ୍ଡବଲରେ ମଧ୍ୟ ସେ ନ୍ୟାଶନାଲ ଚାମ୍ପିଅନ ହୋଇଥିଲେ । ସେ ସିପାହୀରୁ ସିଧାସଳଖ ଏଏସଆଇ ଭାବେ ପଦୋନ୍ନତି ପାଇଥିଲେ ।

ତରୁଣ ନିଜ ପତ୍ନୀଙ୍କ ସହ ଗୋଲମୁରୀ ଲାଇନ ସ୍ଥିତ କ୍ୱାର୍ଟରରେ ରହୁଥିଲେ । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.