ଯନ୍ତ୍ରଣା ହେଲା ଅସହ୍ୟ, ଜୀବନ ହାରିଲେ ପୋଲିସ ଏଏସଆଇ

Published By : Prameya-News7 Bureau | November 18, 2020 IST

ବରଗଡ ୧୮।୧୧: ପୋଲିସ ଏଏସଆଇଙ୍କ ଆତ୍ମହତ୍ୟା । ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ମାଧବ ନଗରରେ ରହୁଥିବା ଏଏସଆଇ ହେମ ସାଗର ସାହୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ହେମ ସାଗର କିଛି ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଏଥିପାଇଁ ସେ ମାନସିକ ଅବସାଦରେ ରହୁଥିଲେ । ତେବେ ସେ ଛୁଟି ନେଇ ଘରକୁ ଆସିଥିବାବେଳେ ବୁଧବାର ସକାଳୁ ବେକରେ ରଶି ଲଗାଇ ପଙ୍ଖାରେ ଝୁଲୁଥିବା ପରିବାର ଲୋକ ଦେଖିଥିଲେ । ଏହାପରେ ପରିବାର ଲୋକେ ସୋହେଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ଏଏସଆଇ ଜଣଙ୍କ ଛତିଶଗଡ ବସ୍ତର ଜିଲ୍ଲାର ବିଜାପୁର ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.