Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭିଜିଲାନ୍ସ ଜାଲରେ ପୋଲିସ ବାବୁ : ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଏଏସଆଇ

20/06/2020 at 1:47 PM

କଳାହାଣ୍ଡି ୨୦।୬: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଛାଡିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଲେ ମହୁଲପାଟଣା ଏଏସଆଇ ମଳୟ ରଣା ।

ମହୁଲପାଟଣା ଫାଣ୍ଡି ଏଏସଆଇ ମଳୟ ରଣା ରାସ୍ତା କଡରେ ଖସିଥିବା ଚିପସ ବୋଝେଇ ଟ୍ରାକ୍ଟରକୁ ଦୁର୍ଘଟଣାଗ୍ରସ୍ତ ଦର୍ଶ।ଇ ଜୋର ଜବରଦସ୍ତ ଫାଣ୍ଡିରେ ଅଟକ ରଖିଥିଲେ । ଏ ବାବଦକୁ ୧୪ ହଜାର ଟଙ୍କା ଦେଲେ ଟ୍ରାକ୍ଟର ଛାଡିବାକୁ ଟ୍ରାକ୍ଟର ମାଲିକ ମହେଶ୍ବର ସାଗରକୁ ଧମକ ଦେଇ ଆସୁଥିଲେ । ଏ ନେଇ ଟ୍ରାକ୍ଟର ମାଲିକ ମହେଶ୍ବର କଳାହାଣ୍ଡି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ରାତିରେ ଟ୍ରାକ୍ଟର ମୁକୁଳାଇବା ବାବଦରେ ଏଏସଆଇ ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ଟଙ୍କା ସହ ଗିରଫ କରିଛି ।

ଗତ ୬ ତାରିଖରେ ଥୁଆମୂଳ-ରାମପୁର ଥାନା ଏଏସଆଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫର ୧୪ ଦିନ ପରେ ମହୁଲପାଟଣା ଫାଣ୍ଡି ଏଏସଆଇଙ୍କ ଗିରଫଦାରୀ ପୋଲିସର ଭାବମୂର୍ତ୍ତି ଉପରେ ଲୋକଙ୍କ ବିଶ୍ବାସ ତୁଟାଉଛି ।

   Related Posts