ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ, ମାମଲା ରୁଜୁ ନ କରିବାକୁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | September 08, 2019 IST

କଳାହାଣ୍ଡି ୮।୯: ପୋଲିସ ଥାନାରେ ଏଏସଆଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଏଏସଆଇ ରାଜକପୁର ବେହେରା ଜମି ଗଣ୍ଡଗୋଳ ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ଟିମ୍ ହାତରେ ଧରାପଡିଲେ । ଡୁଡକେଲ ଗାଁର ତ୍ରିନାଥ ନାଏକଙ୍କ ଜମି ବିବାଦ ଗଣ୍ଡଗୋଳ ମାମଲା ରୁଜୁ ନ କରିବାକୁ ୨୦ ହଜାର ଟଙ୍କା ଦାବି କରିଥିଲେ । ପୂର୍ବରୁ ସାତ ହଜାର ନେଇଥିବା ବେଳେ ଆଜି ଥାନାରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟଙ୍କା ସହ ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.