Tuesday, July 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପୋଲିସ ବାବୁଙ୍କ କ୍ବାର୍ଟରରେ ଦୁଷ୍କର୍ମ ଓ ଅସଦାଚରଣ : ପ୍ରେମିକ ଏବଂ ପୋଲିସ ଅଧିକାରୀ ଗିରଫ

ବରଗଡ ୧୧|୨: ରକ୍ଷକ ଯଦି ଭକ୍ଷକ ହୁଏ ତାହେଲେ କାହାକୁ କରିବା ଗୁହାରି । ଖୋଦ୍‌ ପୋଲିସ ଏଏସଆଇଙ୍କ ସହଯୋଗରେ ଜଣେ ୧୦ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ , ପୋଲିସ ଅଧିକାରୀ ମଧ୍ୟ ସାରା ରାତି ଏହି ଛାତ୍ରୀଙ୍କ ସହ ଅସଦବ୍ୟବାହର କରିବା ସହ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନା ଅଂଚଳରେ । ଘଟଣାରେ କୈବଲ୍ୟ ନାଗ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଥିବାବେଳେ ଏଏସଆଇ ବନମାଳୀ କୁଅଁରଙ୍କୁ ନିଲମ୍ବିତ କରିବା ସହ ଗିରଫ କରିଛି  ।

କହିବାକୁ ଗଲେ ଫେଲ୍ ମାରିଛି ସରକାରଙ୍କ ପରୀ ଯୋଜନା । ଖାକି ବର୍ଦ୍ଧିରେ ପୁଣି ଲାଗିଛି କଳଙ୍କର ଦାଗ । ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନାର ଜଣେ ଦଶମ ଶ୍ରେଣୀ ଝିଅ ତାର ମାମୁଁ ଘର ଝୁନୁଙ୍ଗାପାଲିରେ ରହି ପାଠ ପଢୁଥିଲା । ଗତ ୮ତାରିଖ ଦିନ ସକାଳୁ ସମ୍ପୃକ୍ତ ନାବାଳିକା ଛାତ୍ରୀ ଝୁନୁଙ୍ଗାପାଲିରୁ ଦୀପ୍ତିପୁର ଟିଉସନ ପଢିବା ପାଇଁ ଆସୁଥିବା ବେଳେ ସେହି ମେଳଛାମୁଣ୍ଡାର କୈବଲ୍ୟ ନାଗ ନାମକ ଜଣେ ଯୁବକ ତାଙ୍କୁ ଲୁନାରେ ଅପହରଣ କରି ସୋହେଲା ଥାନା ସମ୍ମୁଖକୁ ନେଇଥିଲା । କୈବଲ୍ୟ ଥାନା ଭିତରକୁ ଯାଇ ଏଏସଆଇ ବନମାଳୀ କୁଅଁରଙ୍କ ଭଡାଘର ଚାବି ଆଣିବା ସହ ନାବାଳିକଙ୍କୁ ସେଠାକୁ ନେଇଯାଇଥିଲା ।

ସେଠାରେ ନାବାଳିକାକୁ କୈବଲ୍ୟ ଦୁଷ୍କର୍ମ କରିବାପରେ ତାକୁ ସେଇ ଘରେ ବନ୍ଦ କରି ବାହାରୁ ତାଲା ଦେଇ ପଳେଇ ଯାଇଥିଲା । ଦିନ ତମାମ ସେଠାରେ ବନ୍ଦ ହୋଇ ରହିବାପରେ ସଂଧ୍ୟାରେ ଏଏସଆଇ ବନମାଳୀ କୁଅଁର ପହଞ୍ଚିଥିଲେ । କୈବଲ୍ୟ ଚାଲିଯାଇଛି , ସେ ଏବେ ଏକୁଟିଆ କେମିତି ଯିବ ବୋଲି ସମବେଦନା ଦେଖାଇବା ସହ ସାହାର୍ଯ୍ୟ କରିବା ବାହାନାରେ ନାବାଳିକାଙ୍କୁ ଥାନା ପାଖରେ  ଥିବା ନିଜ କ୍ୱାର୍ଟରକୁ ନେଇଯାଇଥିଲେ ।

ସେଠାରେ ରାତି ସାରା ନାବାଳିକା ସହ ଏଏସଆଇ ଅସଦବ୍ୟବହାର କରିଥିଲେ । ଦିନବେଳା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ହୋସ ନଥିବାର ସୁଯୋଗ ନେଇଥିଲେ ପୁଲିସ ବାବୁ ।   ପରଦିନ ସକାଳୁ ନାବାଳିକାଙ୍କୁ ଏଏସଆଇ ବନମାଳୀ କୁଅଁରବରଗଡ ବସ୍‌ରେ ବସାଇଦେଇଥିଲେ । ଘରେ କାହାକୁ କିଛି ଏ ସମ୍ପର୍କରେ କିଛି ନକହି ରାଗିକି ଚାଲିଯାଇଥିଲି ବୋଲି କହିବାକୁ ମଧ୍ୟ ଏଏସଆଇ ନାବାଳିକାଙ୍କୁ ପରାମର୍ଶ ଦେଇଥିଲେ ।

ଦୁଇ ଦିନ ଧରି ନାବାଳିକା ନିଖୋଜ ଥିବାରୁ ପରିବାରବର୍ଗ ଖୋଜା ଖୋଜି କରିବା ପରେ ଥାନାରେ ରିପୋର୍ଟ ଦେଇଥିଲେ । ଆଜି ଝିଅକୁ  ଥାନା ନିକଟରୁ ପାଇଥିଲେ । ବରଗଡ ପହଂଚିବା ପରେ ନାବାଳିକା ଷ୍ଟେସନରେ ଯାଇ ବସିଥିଲେ । ତାଙ୍କ ବାପା ମାଁ ଥାନାରେ ପହଂଚିଛନ୍ତି ବୋଲି କୈବଲ୍ୟଠାରୁ ଖବରପାଇବା ପରେ ପୁଣି ନାବାଳିକା ସୋହେଲା ଆସି ଏଏସଆଇ ବନମାଳୀ କୁଅଁରଙ୍କ କ୍ବାର୍ଟର ପାଖରେ ପହଂଚିଥିଲେ । 

କ୍ବାର୍ଟରରୁ ଥାନା ପର୍ଯ୍ୟନ୍ତ ଆଣିବା ପାଇଁ ଏଏସଆଇ ଜଣେ ଲୋକକୁ ମଧ୍ୟ ପଠାଇଥିଲେ । ଝିଅକୁ ପାଇବାପରେ ପିଡୀତା ନାବାଳିକାଙ୍କ ବାପା ଥାନାରେ ବିଧିବଦ୍ଧ ଭାବେ ଏତଲା ଦେଇଥିଲେ ।  ଏତଲାରେ ଉଭୟ କୈବଲ୍ୟ ଏବଂ ଏଏସଆଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ପିଡୀତାଙ୍କର ଆଜି ଡାକ୍ତରୀ ମାଇନା କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଏଏସଆଇ ବନମାଳୀ କୁଅଁରଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି ।

729 Views

   ସମ୍ବନ୍ଧିତ ଖବର