ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ

Published By : Prameya-News7 Bureau | December 03, 2020 IST

ଗୋପ,୦୩/୧୨: ଜୀବନ ଯୁଦ୍ଧରେ ହାରି ଗଲେ କରୋନା ଯୋଦ୍ଧା । ପୁରୀ ଜିଲ୍ଲୀ ଗୋପ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଗଙ୍ଗାଧର ସେଠୀ କରୋନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଥାନା ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁସାରେ, ଏଏସ୍‌ଆଇ ଗଙ୍ଗାଧରଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ସେ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଚିକିତ୍ସା ପାଇଁ ନିଜ ବାସଭବନ ଜଙ୍କିଆ ଅଚ୍ୟୁତପୁରକୁ ଯାଇ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ । ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ସେ ଭର୍ତ୍ତି ହୋଇଥିଲେ ।

ତେବେ ବୁଧବାର ଅପରାହ୍ନ ୨ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ଥାନାର ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ନିଜର ପରିଚୟ ସୃଷ୍ଟି କରି । ଗୋପ ଥାନା ଆଇଆଇସି ସୁଧିର କୁମାର ସାହୁ ଗଙ୍ଗାଧରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେମାନେ ଜଣେ ଭଲ ଅଫିସରଙ୍କୁ ହରାଇଲେ ବୋଲି ଆଇଆଇସି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.