Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭଙ୍ଗା ହାତରେ ଡ୍ୟୁଟି କରୁଛନ୍ତି ଏଏସଆଇ, ମହାମାରୀ ସମୟରେ ଲୋକଙ୍କୁ ଦେଉଛନ୍ତି ସୁରକ୍ଷା

20/05/2021 at 1:50 PM

ଭଦ୍ରକ ୨୦।୫: ଭଙ୍ଗା ହାତ ଯନ୍ତ୍ରଣା ହେବା ସତ୍ତ୍ବେ ଲୋକଙ୍କ ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ପୋଲିସ କର୍ମଚାରୀ । ବର୍ତ୍ତମାନ କରୋନା ମହାମାରୀ ପାଇଁ ଚାରିଆଡେ ଜାରି ରହିଛି ଲକଡାଉନ୍ ଓ ସଟଡାଉନ୍ । ଏହି ମହାମାରୀ କବଳରୁ ଲୋକମାନେ କିଭଳି ବର୍ତ୍ତି ପାରିବେ ସେଥିପାଇଁ ସୁରକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ପୋଲିସକୁ ଦିଆଯାଇଛି । ଏହି ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଘରେ ରହିଥିବା ବେଳେ, ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି । ନିଜର ହାତ ଭାଙ୍ଗି ଯାଇ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ, ଯନ୍ତ୍ରଣା ସମୟରେ ନିଜର କର୍ତ୍ତବ୍ୟ କରୁଛନ୍ତି ଭଦ୍ରକର ଜଣେ ପୋଲିସ କର୍ମଚାରୀ ।

ପୁରୁଣାବଜାର ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରୁଛନ୍ତି ପ୍ରଶାନ୍ତ କୁମାର ବଳ । କରୋନା ସମୟରେ ଭଦ୍ରକ ପୋଲିସ ପକ୍ଷରୁ ଦିଆଯାଇଥିବା ଦାୟିତ୍ବକୁ ସେ ସୁଚାରୁରୂପେ ତୁଲାଉଛନ୍ତି । ବିଭିନ୍ନ ଛକମାନଙ୍କରେ ଡ୍ୟୁଟି କରୁଛନ୍ତି ପ୍ରଶାନ୍ତ । କିଛି ମାସ ତଳେ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ତାଙ୍କ ହାତ ଭାଙ୍ଗି ଯାଇଥିଲା । ଡାକ୍ତରଙ୍କୁ ହାତ ଦେଖାଇ ଅସ୍ତ୍ରୋପଚାର କରିଥିଲେ । ପରେ ଇନଫେକସନ୍ ହୋଇଯିବାରୁ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପୁଣି ଡାକ୍ତର ଦେଖାଇ ମେଡ଼ିସିନ ଖାଉଛନ୍ତି । ଦୀର୍ଘ ମାସ ଧରି ଛୁଟିରେ ଥିଲେ ପ୍ରଶାନ୍ତ । କିନ୍ତୁ ଏବେ କୋଭିଡ୍ ସମୟରେ ସେ ଡ୍ୟୁଟି କରୁଛନ୍ତି । ଭଙ୍ଗା ହାତଟିରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ନିଜ କର୍ତ୍ତବ୍ୟରେ ସେ ଅବହେଳା କରିନାହାନ୍ତି । ହାତ ଭାଙ୍ଗି କଷ୍ଟ ତ ଲାଗୁଛି, କିନ୍ତୁ ଏହି ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ କଷ୍ଟକୁ ଦେହରେ ମାରି ଡ୍ୟୁଟି ତ କରିବାକୁ ପଡିବ ବୋଲି ସେ କହିଛନ୍ତି । ଗୁରୁବାର ଖୋଦ ଏସପି ପାଟ୍ରୋଲିଂ କରୁଥିବା ସମୟରେ ପ୍ରଶାନ୍ତ ସହ କଥା ହୋଇଥିଲେ । ତାଙ୍କ ଦେହ ସମ୍ପର୍କରେ ପଚାରି ବୁଝିଥିଲେ ।

   Related Posts