ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ-୧୯ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଏଏସଆଇ

Published By : Prameya-News7 Bureau | May 24, 2020 IST

ଅହମଦାବାଦ, ୨୪|୦୫: ସାରା ଦେଶ ଏବେ କରୋନା ଭାଇରସର ମୁକାବିଲା କରୁଛି । କରୋନା ସଂକ୍ରମଣ ମାମଲା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୁଜୁରାଟ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି । ଅହମଦାବାଦ ଏବେ କରୋନାର ହଟସ୍ପଟ୍ ପାଲଟିଛି । ଏହା ମଧ୍ୟରେ ଏଠାରେ ଜଣେ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି ।

ଅହମଦାବାଦରେ କରୋନା ଭାଇରସରେ ସଂକ୍ରମିତ ହୋଇ ଜଣେ ଏଏସଆଇ ପ୍ରାଣ ହରାଇଛନ୍ତି । ସେ ହସ୍ପିଟାଲରେ ନିଜ ଜୀବନ ହାରିଛନ୍ତି । ଏଏସଆଇ ଗିରିଶ ବ୍ରେଡ୍ ଅହମଦାବାଦର କୃଷ୍ଣନଗର ଥାନାରେ କାର୍ଯ୍ୟରତ ଥିଲେ । ଗତ ୪ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା । ଯାହା ପଜିଟିଭ୍ ଆସିଥିଲା ।

 କରୋନା ସଂକ୍ରମଣରେ ଗୁଜୁରାଟରେ କୌଣସି ପୋଲିସ କର୍ମୀ ପ୍ରାଣ ହରାଇଥିବା ଏହା ହେଉଛି ତୃତୀୟ ଘଟଣା । ଗିରିଶଙ୍କ ପୂର୍ବରୁ ୨ଜଣ ପୋଲିସ କର୍ମୀ କରୋନାରେ ପ୍ରାଣ ହରାଇଥିଲେ । ତେବେ ଗୁଜୁରାଟ ପୋଲିସ ଡିଜି ଶିବାନନ୍ଦ ଝା ମେ ୧୭ରେ ପ୍ରାୟ ୪୦୦ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଗୁଜୁରାଟରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ଅତିକ୍ରମ କରିଛି । କେବଳ ଅହମଦାବାଦରେ ୧୦୦୦ରୁ ଅଧିକ ସଂକ୍ରମିତ କେସ୍ ସାମ୍ନାକୁ ଆସିଛି । ଏଠାରେ ଏବେସୁଦ୍ଧା ୬୦୦ରୁ ଅଧିକ ପ୍ରାଣ ହରାଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.