କିଛି ଖର୍ଚ୍ଚ ନଦେଲେ, ୪ଟା ବେଳକୁ ପୋଷ୍ଟମର୍ଟମ ହେବ

Published By : Prameya-News7 Bureau | August 04, 2018 IST

ପୋଷ୍ଟମର୍ଟମ ପାଇଁ ଲାଞ୍ଚ ମାଗିଲେ ଥାନା ଅଧିକାରୀ । ସଂଗୀନ ଅଭିଯୋଗ ଆସିଛି ନୀଳଗିରି ଥାନା ASIଙ୍କ ବିରୋଧରେ । ବାଲେଶ୍ବର ନରଣପୁରରେ ଗତକାଲି ଶରତ ରାଉତ ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ନୀଳଗିରି ଡାକ୍ତରଖାନା ଅଣାଯାଇଥିଲା, ସେଠି ଡାକ୍ତର ମୃତ ଘୋଷଣା କରିଥିଲେ । ସଂଧ୍ୟା ପରେ ପୋଷ୍ଟମର୍ଟମ କରାଯାଇ ପାରିନଥିଲା । ରାତି ସାରା ପରିବାର ଲୋକ ଅପେକ୍ଷା କରିଥିଲେ । ସକାଳ ହେବା ପରେ ବି ନିସ୍ତାର ନଥିଲା । ୧୬ଘଣ୍ଟା ଧରି ଶବ ପଡି ରହିବା ପରେ ଦିନ ୧୧ଟା ବେଳକୁ ନୀଳଗିରି ଥାନା ଏଏସ୍ଆଇ ପୋଷ୍ଟମର୍ଟମ କରିବାକୁ ଯାଇଥିଲେ । ପରିବାର ଲୋକ ବ୍ୟସ୍ତ ହୋଇ ପଡିଥିଲେ । ଏଣେ କିଛି ଖର୍ଚ୍ଚ ନଦେଲେ ପୋଷ୍ଟମର୍ଟମ ଆହୁରି ଡେରି ହେବ ବୋଲି କୁଆଡେ ସଫା ସଫା ଶୁଣାଇ ଦେଇଥିଲେ ଥାନା ବାବୁ । ଥାନାବାବୁଙ୍କ ସହ ଆଉ ଯୁକ୍ତି ତର୍କ ନକରି ମୃତକଙ୍କ ପରିବାର ଲୋକ ଏନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତ୍ବର ସହ ନେଇ ଉପଜିଲ୍ଲାପାଳ ତୁରନ୍ତ ଆକ୍ସନକୁ ଆସିଥିଲେ । ନୀଳଗିରି ଥାନା ଅଧିକାରୀଙ୍କୁ ଡାକି ତାଗିଦ କରିଥିଲେ । ଅନ୍ୟ ଥାନା ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ ଓ ପୋଷ୍ଟମର୍ଟମ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ । ଅଭିଯୋଗ ଉପରେ ନିଜେ ତଦନ୍ତ କରିବା ସହ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ନୀଳଗିରି ଏସ୍ଆଇ ଶରତ କୁମାର ଧଳ । କିଛି ସମୟ ପରେ ପୋଷ୍ଟମର୍ଟମ ହେବ ବୋଲି କହିଥିବା ସଫେଇ ଦେଇଛନ୍ତି । ଶବ ପାଇଁ ଲାଞ୍ଚ ମାଗିବା ଘଟଣାର ତଦନ୍ତ ଚାଲିଛି । ତେବେ ଖାକିରେ ଲାଗିଛି ଦାଗ । ପୋଲିସ ବାବୁ କିପରି ଏତେ ସମ୍ବେଦନହୀନ ହେଲେ ସେନେଇ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.