Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କରୋନା କରିଦେଲା ପର : ଏଏସଆଇଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ, ସତ୍କାର ନହୋଇ ପଡିଛି ଶବ

25/07/2020 at 2:52 PM

ଭଞ୍ଜନଗର, ୨୫|୦୭:  କରୋନା ସନ୍ଦେହରେ ଏଏସଆଇଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ । ସଂସ୍କାର ମଧ୍ୟ ହେଲାନି । ମୃତ୍ୟୁର ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ସତ୍କାର ନହୋଇ ସେମିତ ପଡିରହିଛି ମୃତଦେହ । ଭଞ୍ଜନଗର ଥାନା ଏଏସଆଇ ରବୀନ୍ଦ୍ର ବେହେରାଙ୍କ ମୃତଦେହକୁ ଏବେଯାଏଁ  ମିଳିନି ଚାରି କାନ୍ଧ ।

 ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ପରଲୋକ ହୋଇଯାଇଛି ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସେ ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟରତ ଥିଲେ ଓ ବେଗୁନିଆପଡାରେ ରହି ଆସୁଥିଲେ। ତାଙ୍କର କାର୍ଯ୍ୟକାଳ ଭିତରେ ଅଂଚଳରେ ଲୋକମାନଙ୍କ ସୁଖ ଦୁଃଖର ସାଥୀ ହୋଇ ସୁରକ୍ଷା ଦେଇ ଆସୁଥିଲେ ।

ଗତ ୪ ଦିନ ହେଲା ସେ କାଶ ଓ ଥଣ୍ଡାରେ ପୀଡିତ ଥିଲେ ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଥିଲେ। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ମୃତ୍ୟ ବରଣ କରିଛନ୍ତି। କିନ୍ତୁ କରୋନା ସନ୍ଦେହରେ ତାଙ୍କ ଶବକୁ କେହିକି ବି ଛୁଇଁନଥିବା ବେଳେ ସଂସ୍କାର ମଧ୍ୟ କରାଯାଇନାହିଁ। ଏପରିକି ତାଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଶବକୁ ଛୁଉଁନାହାନ୍ତି । କୋଦଳା ମେଡିକାଲ ଠାରେ ତାଙ୍କ ଶବ ପଡିଥିବା ବେଳେ ଏ ଯାଏଁ ସେଠାରେ ଅନ୍ୟ କୌଣସି ପଦାଧିକାରୀ ମାନେ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ହୋଇନାହାନ୍ତି| 

   Related Posts