Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ପେଲିସ ଏଏସଆଇଙ୍କ ଝିଅ ଆଇଏଏସ ଟପ୍ପର, ଶିକ୍ଷା କ୍ଷେତ୍ରରେ କାମ କରିବାକୁ ଆଗ୍ରହୀ ବିଶାଖାଙ୍କ ସଫଳତାର ମନ୍ତ୍ର ନିଷ୍ଠା ଓ ଦୃଢତା

5/08/2020 at 6:04 PM

ନୂଆଦିଲ୍ଲୀ, ୦୫|୦୮:  ବାପା ଏଏସଆଇ । ଝିଅ ୟୁପିଏସସିରେ ହାସଲ କଲେ ଷଷ୍ଠ ରାଙ୍କ୍ । ଦିଲ୍ଲୀ ପୋଲିସ ଏଏସଆଇ ଭାବେ କାର୍ଯ୍ୟ କରୁଥିବା ରାଜକୁମାର ଯାଦବଙ୍କ ଝିଅ ବିଶାଖା ଯାଦବ ୟୁପିଏସସିରେ ରାଙ୍କ୍ ହାସଲ କରିଛନ୍ତି । ଏବେ ରାଜକୁମାର ଦ୍ୱାରକା ଡିସିପି ଅଫିସରେ ନିୟୋଜିତ ଅଛନ୍ତି ।

 ବିଶାଖା ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରନ୍ତି । କାମ କରିବା ସହ ସେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିଲେ । ସେ ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ଲାଭ କରିଛନ୍ତି ।  ନିଜ ସଫଳତାକୁ ନେଇ ବିଶାଖା କହିଛନ୍ତି ଯେ, ଦୃଢତା ହିଁ ସଫଳତାର ଚାବିକାଠି । ଯେତେବେଳେ ରେଜଲ୍ଟ ଆସିଲା ସେ ପ୍ରଥମେ ବିଶ୍ୱାସ କରିପାରି ନଥିଲେ । କିନ୍ତୁ ଆଶା ଥିଲା ଯେ ସେ ସଫଳ ହେବେ । କିନ୍ତୁ ଷଷ୍ଠ ରାଙ୍କ୍ ପାଇବା କଳ୍ପନାର ବାହାରେ ଥିଲା ।

ସେ ଆହୁରି କହିଛନ୍ତି ଯେ, ପ୍ରଥମେ ବିଟେକ୍ ପଢିବା ପରେ ୨୦୧୭ରୁ କୋଚିଂ ନେବା ଆରମ୍ଭ କରିଥିଲେ । ଏହାସହ ସେଲଫ୍ ଷ୍ଟଡିକୁ ମଧ୍ୟ ଗୁରୁତ୍ୱ ଦେଉଥିଲେ । ସଫଳତା ପାଇବା ପରେ ସେ ଶିକ୍ଷା କ୍ଷେତ୍ରରେ କାମ କରିବେ ବୋଲି ଭାବିଛନ୍ତି । କାରଣ ଶିକ୍ଷା ହିଁ ସମସ୍ତଙ୍କୁ ସଫଳତା ପ୍ରଦାନ କରେ । କିପରି ଶିକ୍ଷାରେ ଥିବା ବିଭିନ୍ନ ଯୋଜନା ତଳସ୍ତରରେ  ପହଁଚି ପାରିବ ସେନେଇ ମଧ୍ୟ ପ୍ରଚେଷ୍ଟା କରିବେ ।

ଯେଉଁମାନେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ପରାମର୍ଶ ଦେଇ ବିଶାଖା କହିଛନ୍ତି ଯେ, ପ୍ରଥମେ ସିଲାବସକୁ ଗୁରୁତ୍ୱ ଦେବା ଆବଶ୍ୟକ । ବିନା ଯୋଜନାରେ ସିଲାବସ୍ ସରିବ ନାହିଁ । ଏପରିକି ନିତ ପ୍ରସ୍ତୁତିରେ ଦୃଢତା ରହିବା ଆବଶ୍ୟକ । ଅଧିକ ସମୟ ବିନା ଯୋଜନାରେ ପଢିଲେ କୌଣସି ଲାଭ ନାହିଁ ।

 ଝିଅର ସଫଳତାରେ ଖୁସି ଅଛନ୍ତି ପିତା ରାଜକୁମାର । ଝିଅ ଯେତେବେଳେ ଏହି ଖୁସି ଖବର ଦେଲା ସେ ଆତ୍ମ ବିଭୋର ହୋଇଯାଇଥିଲେ । ସ୍ୱପ୍ନ ସତ ହେବା ଭଳି ତାଙ୍କୁ ଲାଗିଥିଲା ।ଏପରିକି ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ ମଧ୍ୟ ବିଶାଖାଙ୍କୁ ଶୁଭେଚ୍ଛା ଜଣାଇଥିବା ସେ କହିଛନ୍ତି ।

   Related Posts