ପୋଲିସ ବାବୁଙ୍କ ଦବଙ୍ଗଗିରି : ବରିଷ୍ଠ ନାଗରିକଙ୍କୁ ଏଏସଆଇ ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | February 25, 2019 IST

ଚାନ୍ଦବାଲି ୨୫|୨: ପୋଲିସ ବାବୁଙ୍କ ଦବଙ୍ଗଗିରି । ବରିଷ୍ଠ ନାଗରିକଙ୍କୁ ବି ଛାଡିଲେନି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡ଼ା ଥାନାର ଏଏସଆଇ ଅଭିମନ୍ୟୁ ନାୟକଙ୍କ ନାଁରେ ବରିଷ୍ଠ ନାଗରିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

{"id":88563}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଘଣ୍ଟେଶ୍ବର ତୋଟାପଡା ଗାଁର ପୂର୍ବତନ ସରପଞ୍ଚ ଭାସ୍କର ଜେନା ଏକ ଘରୋଇ ହିଂସାର ଅପୋଷ ସମାଧାନ ପାଇଁ ଦୁଇ ପକ୍ଷ ଲୋକଙ୍କୁ ନେଇ ବାଂଶଡ଼ା ଥାନାକୁ ଯାଇଥିଲେ । ତେବେ ଟଙ୍କା ଦେବାକୁ ନେଇ ପାଟିତୁଣ୍ଡ ହେବାରୁ ଏଏସଆଇ ଅଭିମନ୍ୟୁ ନାୟକ, ଭାସ୍କର ଜେନା ନାମକ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ।

{"id":88564}

ଭାସ୍କର ଜେନାଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଛି । ଏନେଇ ଭାସ୍କର ଜେନାଙ୍କ ପରିବାର ଲୋକେ ଓ ଗ୍ରାମବାସୀ  ଏଏସଆଇ ଅଭିମନ୍ୟୁ ନାୟକଙ୍କ ଗିରଫ ଦାବି କରି ଉପଖଣ୍ଡ ଅରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.