ମହିଳା ପୋଲିସ କର୍ମଚାରୀଙ୍କ ସହ ଅସଯଂତ ଅବସ୍ଥାରେ ଧରା ପଡିଲେ ଏଏସଆଇ, ପତ୍ନୀଙ୍କ ଆଗରେ ଖୋଲିଗଲା ସବୁ ଗୁମର

Published By : Prameya-News7 Bureau | December 12, 2020 IST

ଗ୍ୱାଲିଅର, ୧୨|୧୨:  ପତ୍ନୀଙ୍କ ସାମ୍ନାରେ ଧରା ପଡିଗଲା ସବୁ ମିଛ । ଅସଂଯତ ଅବସ୍ଥାରେ ଧରା ପଡିଲେ ପୋଲିସ ଏଏସଆଇ । ସେ ପୁଣି ନିଜ ସ୍ତ୍ରୀଙ୍କ ହାତରେ । ଧରାପଡିବା ପରେ ମାଡ ମଧ୍ୟ ଖାଇଛନ୍ତି  ଏଏସଆଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଗ୍ୱାଲିଅର ଅଞ୍ଚଳରେ ।

ସୂଚନାନୁସାରେ, ଗ୍ୱାଲିଅରର ଏଖ ଫ୍ଲାଟରେ ମୁରେନା ସବଲଗଡର ରାମପୁର ଥାନା ଏଏସଆଇ ଜଣେ ଯୁବତୀଙ୍କ ସହ ଅଂସଯତ ଅବସ୍ଥାରେ ଥିଲେ । ସେହି ସମୟରେ ଏଏସଆଇଙ୍କ ପତ୍ନୀ ସେହି ଫ୍ଲାଟରେ ନିଜ ପରିବାର ଲୋକଙ୍କୁ ଧରି ପହଁଚି ଯାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅସଲ ଚିତ୍ର । ପତ୍ନୀଙ୍କୁ ଦେଖି ପୋଲିସ ବାବୁଜଣଙ୍କ ଡରି ଯାଇଥିଲେ । କଣ କରିବେ ଜାଣିପାରି ନଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ମଧ୍ୟ ପତ୍ନୀ ସଂପୃକ୍ତ ପୋଲିସ ଏଏସଆଇଙ୍କ କାରନାମା ବାବଦରେ ଅବଗତ ଥିଲେ । ଶୁକ୍ରବାର ଅଭିଯୁକ୍ତ ଏସଆଇ ଏକ ଫ୍ଲାଟରେ ଜଣେ ୟୁବତୀଙ୍କ ସହ ଥିବା ତାଙ୍କୁ ସୂଚନା ମିଳିଥିଲା । ଏହାପରେ ସେ ପରିବାର ଲୋକଙ୍କୁ ଧରି ସେଠାରେ ପହଁଚିଯାଇଥିଲେ । କବାଟ ବାଡେଇବା ପରେ ଏଏସଆଇଙ୍କ ପ୍ରେମିକା କବାଟ ଖୋଲିଥିଲେ । ଏହାପରେ ସବୁ ସତ ସାମ୍ନାକୁ ଆସିଯାଇଥିଲା । ଏଏସଆଇ ବିନା ପୋଷାକରେ ଥିଲେ । ଏହା ଦେଖି ପତ୍ନୀଙ୍କ ହୋସ୍ ଉଡିଯାଇଥିଲା । ଏଏସଆଇଙ୍କ ପ୍ରେମିକା ମଧ୍ୟ ଜଣେ ପୋଲିସ କର୍ମଚାରୀ ବୋଲି ଜଣା ପଡିଛି ।

ଖବର ପାଇଁ ମୁନେର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟ ଅଭିଯୁକ୍ତ ଏଏସଆଇ ଓ ତାଙ୍କ ପ୍ରେମିକାକୁ ଅଟକ ରଖିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.