ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ASI ଗିରଫ, ବିଲଡରଙ୍କଠାରୁ ୨ କୋଟି ମାଗୁଥିଲେ ବଟି

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩।୧୧: ବିଲଡରଙ୍କଠାରୁ ଆଦାୟ କରୁଥିଲେ ବଟି । ଅଭିଯୋଗର ୫ ମାସ ପରେ ମାଷ୍ଟର ମାଇଣ୍ଡକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଜଣେ ସହକାରୀ ସବ୍ ଇନ୍ସପେକ୍ଟର । ଏଭଳି ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀରେ ।

ଅଭିଯୋଗ ଅନୁସାରେ ଗିରଫ ହୋଇଥିବା ଏଏସଆଇ ରାଜବୀର ସିଂହ ଜଣେ ବିଲଜରଙ୍କ ଫୋନ୍ ନମ୍ବର ଗ୍ୟାଙ୍ଗଷ୍ଟାରକୁ ଦେବା ସହ ତାଙ୍କୁ ବଟି ମାଗିବା ପାଇଁ କହିଥିଲା । କେବଳ ଏତିକି ନୁହେଁ ଆହୁରି ମଧ୍ୟ ତାଙ୍କ ପୁଅଙ୍କ କାର୍ ଉପରକୁ ଗୁଳିମାଡ କରିବାକୁ ମଧ୍ୟ କହିଥିଲା ।

ଘଟଣାରେ ପୂର୍ବରୁ ପୋଲିସ ଗ୍ୟାଙ୍ଗଷ୍ଟାର ସହ ଅନ୍ୟ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା । ପଚରାଉଚରା ବେଳେ ଏଏସଆଇ ରାଜବୀର ସିଂହ ଏହି ଘଟଣାରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଲା ।

ଉଲ୍ଲେଖଯୋଗ୍ୟ ଯେ, ଏଏସଆଇ ରାଜବୀର ସିଂହକୁ ୨୦୦୫ରେ ଗ୍ୟାଲେଣ୍ଟ୍ରି ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନୀତ କରାଯାଇଥିଲା । ଏହାସହ ୭ ଥର ସାହସିକତା କାର୍ଯ୍ୟ ପାଇଁ ପୁରସ୍କାର ଦିଆଯାଇଥିଲା । ୨୦୧୫ରେ ମଧ୍ୟ ସେ ଆଉଟ୍-ଅଫ୍-ଟର୍ଣ୍ଣ-ପ୍ରମୋଶନ ପାଇଥିଲେ ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୂରା ଘଟଣା ଜୁନ୍ ମାସ ୨୮ ତାରିଖରୁ ଆରମ୍ଭ ହୋଇଥିଲା । ବିଲଡରଙ୍କୁ ଦୁଇ କୋଟି ଟଙ୍କା ବଟି ମଗାଯାଇଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଗ୍ୟାଙ୍ଗଷ୍ଟର କାଲା ବୋଲି ପରିଚୟ ଦେଇଥିଲା । ଟଙ୍କା ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.