Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ଘଟଣା : ୬ ଅଭିଯୁକ୍ତ ଗିରଫ

16/07/2019 at 11:01 AM

ଭୁବନେଶ୍ବର ୧୬|୭: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ୬ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଗିରଫ ନେଇ ଡିଜିପି ଆର.ପି. ଶର୍ମା ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଚାଲିଥିବା ଡିଜିପି କହିଛନ୍ତି ।

ସୂଚନାଯାଗ୍ୟ ଯେ, ଗତ ୧୪ ତାରିଖ ଦିନ ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା ।  ପଟ୍ଟନାୟକିଆ ଛକରେ ଥିବା ଢାବାରୁ କାମ ସାରି ସ୍କୁଟିରେ ଘରକୁ ବାହିରିଥିଲେ ପୂର୍ଣ୍ଣଚନ୍ଦ୍ର  । ହଠାତ୍ ରାସ୍ତାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୩ ଜଣ ଦୁର୍ବୃତ୍ତ । ପୂର୍ଣ୍ଣଚନ୍ଦ୍ର ତଳେ ପଡିଯାଇଥିଲେ । ଅତି ନିର୍ଦ୍ଦୟ ଭାବେ ବାରମ୍ବାର ହାଣି ଚାଲିଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ବଡବାପା ପୁଅ ପଞ୍ଚୁ ବେହେରା । ପୂର୍ଣ୍ଣକୁ ଛାଡି ସେମାନେ ପଞ୍ଚୁଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଏତେ ନିର୍ଦୟ ଥିଲେ ଯେ ସେଇଠି ହାଣି ଚାଲିଥିଲେ । ଏହାପରେ ବାଇକରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପରିବାରର ଆଉ ଜଣେ ସଦସ୍ୟ କୃଷ୍ଣଚନ୍ଦ୍ର । କିଛି ଭାବିବା ପୂର୍ବରୁ କୃଷ୍ଣଙ୍କୁ ମଧ୍ୟ ଶେଷ କରି ଦେଇଥିଲେ ଦୁର୍ବୃତ୍ତମାନେ । ମାତ୍ର କେଇ ମିନିଟ୍‌ ଭିତରରେ ତିନିଜଣଙ୍କୁ ଏମାନେ ହତ୍ୟା କରିଥିଲେ।

ସେପଟେ ଗୃହରେ ମଧ୍ୟ ଏ ପ୍ରସଙ୍ଗ ଉଠିଥିଲା । ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ, ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।

   Related Posts