ପ୍ରମୀକଙ୍କ ସହ ଯାଉଥିବା ପ୍ରେମୀକାଙ୍କୁ ଅପହରଣ କଲେ ୫ ଯୁବକ, ରାତି ସାରା ୧୧ ଥର କରିଥିଲେ ଦୁଷ୍କର୍ମ, ଜାଣନ୍ତୁ ତା ପରେ କ’ଣ ହେଲା

Published By : Prameya-News7 Bureau | August 12, 2019 IST

ବାଂଶୱାଡା : ରାଜସ୍ଥାନରେ ପୁଣି ଅପମାନିତ ହୋଇଛି ମାନବତା। ପ୍ରେମୀକ ସହ ଯାଉଥିବା ଗର୍ଭବତୀ ପ୍ରେମିକାକୁ  ୫ ଜଣ ଯୁବକ ଅପହରଣ କରି ପାଶବିକତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଫଳରେ ପ୍ରେମୀକା ଗର୍ଭରେ ବଢୁଥିବା ଭୃଣ ନଷ୍ଟ ହୋଇଥିବା ବେଳେ ପରଦିନ ପ୍ରେମିକ ଆତ୍ମହତ୍ୟା କରିଛି। ରାଜସ୍ଥାନ ବାଂଶୱାଡା ଜିଲ୍ଲା ସଦର ଥାନା ମାଲାବସ୍ତ ଗାଁରେ ଘଟିଛି ଏହି ଘଟଣା।

{"id":143728,"width":580,"height":433}

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ମାଲାବସ୍ତ ଗାଁର ଜନୈକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହି ଆସିଥିଲା। ପ୍ରେମୀକା ଦେଢମାସ ଗର୍ଭବତୀ ଥିଲେ। ମୋଟରସାଇକେଲ ପ୍ରେମିକାକୁ ବସାଇ ପ୍ରେମିକ ନିଜ ଗାଁକୁ ଆସୁଥିବା ରାସ୍ତାରେ ୩ ଜଣ ଯୁବକ ସେମାନଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ଯୁବକ ମୋଟରସାଇକେଲରୁ ପଡି ବେହୋସ ହୋଇଯାଇଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ପ୍ରେମିକାକୁ ଉଠାଇନେଇ ଯାଇଥିଲେ। ସେମାନେ ତାଙ୍କର ଆଉ ୨ ଜଣ ସାଙ୍ଗଙ୍କୁ ଡାକି ଯୁବତୀ ପ୍ରତି ରାତିଶାରା ଗଣ ଦୁଷ୍କର୍ମ କରିଥିଲେ।

{"id":143729}

ତା ପରଦିନ ସକାଳେ ପ୍ରେମୀକ ସମାଜ ଭୟରେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ପୋଲିସ ଯୁବକଙ୍କ ଆତ୍ମହତ୍ୟା ମାମଲାର ତଦନ୍ତରେ ତାଙ୍କ ମୋବାଇଲ ଫୋନ ଯାଞ୍ଚ କରିଥିଲା। ଏଥିରୁ ପ୍ରେମୀକା ସମ୍ପର୍କରେ ସୂଚନା ମିଳିବାରୁ ପୋଲିସ ହସ୍ପିଟାଲରେ ପହଞ୍ଚି ତାଙ୍କୁ ପଚରା ଉଚରା କରିଥିଲା। ପ୍ରଥମେ ସେ ଘଟଣା ସମ୍ପର୍କରେ କିଛି କହୁନଥିଲେ। ତେବେ ତାଙ୍କ ପ୍ରେମୀକ ଆତ୍ମହତ୍ୟା କରିଥିବା ଜାଣିବା ପରେ ଯୁବତୀ ଯାହା ବୟାନ ଦେଲେ ତାହା ଥିଲା ବାସ୍ତବିକ ରୋମଟାଙ୍କୁରା। ତଦନ୍ତ କରି ପୋଲିସ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ  ବାଧ୍ୟ କରିଥିବା ୫ ଜଣ ଅଭିଯୁଙ୍କକୁ ଗିରଫ କରିଛି। ସେମାନେ ହେଲେ ନିଚଲା ଘଣ୍ଟାଲାର ସୁନୀଲ ଓ ଜିତେନ୍ଦ୍ର ଚରପୋଟା ଏବଂ ବିକାଶ ଓ ନରେଶ ଗୁର୍ଜ୍ଜର। ମାମଲାରେ ଆଉ ଜଣେ ଏବେ ବି ଫେରାର ଅଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.