ପୋଲିସ୍ ପଞ୍ଝାରେ ବିଶ୍ବ ରେକର୍ଡଧାରୀ ରଣଜୀ ଖେଳାଳି, ମନ୍ତ୍ରୀଙ୍କ ପିଏ କହି ବ୍ୟବସାୟୀଙ୍କଠୁ ଠକିଥିଲେ ୧୫ ଲକ୍ଷ ଟଙ୍କା

Published By : Prameya-News7 Bureau | November 17, 2020 IST

ହାଇଦ୍ରାବାଦ ୧୭/୧୧: ପଦାରେ ପଡ଼ିଲା ଜଣେ ପୂର୍ବତନ ରଣଜୀ ଖେଳାଳିଙ୍କ କାରନାମା। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ପିଏ ବୋଲି କହି ଜଣେ ବଡ଼ ବ୍ୟବସୟୀଙ୍କୁ ଠିକଥିଲେ ମୋଟାଅଙ୍କର ଟଙ୍କା​‌। ଶେଷରେ ପୋଲିସ ହାତରେ ଧରାପଡ଼ିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ରଞ୍ଜି ପ୍ଲେୟର ବାଦୁମୁରୁ ନାଗାରାଜୁ।

ପ୍ରଥମ ଥର ପାଇଁ ବି ନାଗାରାଜୁଙ୍କ ଏଭଳି କାରନାମା ଧରାପଡ଼ିଛି ତାହା ନୁହେଁ ପୂର୍ବରୁ ୨୦୧୯ରେ ଭାରତୀୟ ଟିମ୍‌ର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସ୍‌କେ ପ୍ରସାଦଙ୍କ ଠାରୁ ଟଙ୍କା ଠକିନେବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ । ତେବେ ପୁଣି ଫର୍ମା କମ୍ପାନୀକୁ ଆଇଟି ମନ୍ତ୍ରୀଙ୍କ ପିଏ କହି ଟଙ୍କା ଠକିବା ଅଭିଯୋଗରେ ଗିରଫ ହୋଇଛନ୍ତି ବି ନାଗାରାଜୁ ।

ବି ନାଗାରାଜୁ କମ୍ପାନୀ ବିରୋଧରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ୍‌ ଜାରି କରିଥିବା ଫୋନ୍‌ କରି କହିଥିଲେ। ତେବେ ଏହା ଦ୍ବାରା କମ୍ପାନୀ ପ୍ରତି ବିପଦ ଥିବା କହିବା ସହ ମାମଲା ରଫାଦଫା ପାଇଁ କମ୍ପାନୀ ମାଲିକଙ୍କୁ ୧୫ ଲକ୍ଷ ଟଙ୍କା ମାଗିଥିବା ହାଇଦ୍ରାବାଦ ପୋଲିସ କହିଛି। ଏନେଇ କମ୍ପାନୀ ମାଲିକ ଥାନାରେ ଅଭିଯୋଗ ପରେ ଟାସ୍କଫୋର୍ସ ବି ନାଗାରାଜୁଙ୍କୁ ଧରିବା ପାଇଁ ଉପାୟ ଚିନ୍ତା କରିଥିଲା। ପରେ ଜୁବଲି ହିଲ୍ସରୁ ବି ନାଗାରାଜୁଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି ଟାସ୍କଫୋର୍ସ।

ସୂଚନାଯୋଗ୍ୟ, ବି ନାଗାରାଜୁଙ୍କ ନାଁରେ ରହିଛି ବିଶ୍ବ ରେକର୍ଡ। ଲଗାତର ୮୨ ଘଣ୍ଟା କ୍ରିକେଟ ଖେଳି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ବି ନାଗାରାଜୁଙ୍କ ନାଁ ସ୍ଥାନ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.