Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୋଲିସ୍‌, ୫୦ ହଜାର ଟଙ୍କା ଜରିମାନା ସହ ବରଗାଡ଼ି ଜବତ

4/07/2020 at 6:54 PM

ବ୍ରହ୍ମପୁର୪/୭: ବାହାଘର ଉତ୍ସବ ଶୋଭାଯାତ୍ରାରେ କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଗୋପାଳପୁର ଥାନାରେ ମାମଲା ରୁଜୁ ପରେ ଚାଲିଛି ଘଟଣାର ତଦନ୍ତ।  ଏହି ଘଟଣାରେ ଦୁଇଜଣଙ୍କୁ  ଗିରଫ କରାଗଲା। ଟ୍ବିଟ୍ ମାଧ୍ୟମରେ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ ବରଘର ଉପରେ ୫୦ ହଜାର ଜରିମାନା ସହ ବର ଗାଡି ମଧ୍ୟ ଜବତ ହୋଇଛି। ଏହାସହ ଗୋପାଳପୁର ଥାନାରେ ବରଘର ବିରୋଧରେ ୨ଟି ମାମଲା ମଧ୍ୟ ରୁଜୁ ହୋଇଛି। ଏ ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ବିୟଜ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ବ୍ରହ୍ମପୁରର ଏକ ହୋଟେଲ ମାଲିକଙ୍କ ପୁଅ ବାହାଘରରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଗତକାଲି ଏହି ବାହାଘର ହୋଇଥିଲା। ବାହାଘର ବରଯାତ୍ରୀ ଶୋଭାଯାତ୍ରା ବେଳେ ବିନା ମାସ୍କରେ ସାମାଜିକ ଦୂରତ୍ବ ନ ରଖି ଡିଜେ ଗୀତରେ ନାଚିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

   Related Posts