ବିବାହବେଦୀରୁ ବରକୁ ଉଠାଇନେଲା ପୋଲିସ, ସେହିବେଦୀରେ ବସି ସେହି କନ୍ୟାକୁ ବାହାହେଲା ବରର ସାନଭାଇ... କଣଥିଲା ଘଟଣା..ଆସନ୍ତୁ ଜାଣିବା

Published By : Prameya-News7 Bureau | January 28, 2019 IST

ସାରଣ ୨୮/୧- ବିବାହ କରିବାକୁ ବରବେଶରେ ଆସିଥିଲା ଯୁବକ । ପୋଲିସ ଯୁବକଙ୍କୁ ବିବାହ ବେଦୀରୁ ଉଠାଇନେଲା । ସେହି ବେଦୀରେ ବସି ବରର ସାନଭାଇ ବିବାହ କଲା ମଙ୍ଗୁଳା କନ୍ୟାକୁ ।

{"id":79239,"width":593,"height":311}

ଏହିଭଳି ଅଭାବନୀୟ ଘଟଣା ଘଟିଛି ବିହାରର ସାରଣ ଅଂଚଳରେ । ଉଡ଼ିୟାନପୁର ଗାଁର ଧନଜଂୟ ୨୦୧୨ ମସିହାରେ ଜାମସେଦପୁର ମାନଗୋ ଗାଁର ପ୍ରିୟଙ୍କ ସହ ହୋଇଥିଲା ବିବାହ । ବିବାହର କିଛଦିନ ପରେ ଧନଜଂୟ ସହ ପ୍ରିୟଙ୍କାର ମନୋମାଳିନ୍ୟ ହୋଇଥିଲା । ଧନଜଂୟ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ସବୁବେଳେ ପ୍ରିୟଙ୍କା ସହ ଝଗଡ଼ା ହେଉଥିଲା । ଫଳରେ ପ୍ରିୟଙ୍କା ନିଜ ବାପଘରକୁ ପଳେଇଆସିଥିଲା । ଏହାର କିଛିଦିନ ପରେ ଧନଜଂୟ ବୁଝାସୁଝା କରି ପ୍ରିୟଙ୍କାକୁ ଆଣିଥିଲା । କିନ୍ତି ପୂର୍ବଭଳି ଧନଜଂୟ ପ୍ରିୟଙ୍କାକୁ ମଦପିଇ ପୁଣି ମାରପିଟ୍ କରିବାରୁ ସେ ଆଉଥରେ ପଳାଇଯାଇଥିଲା ।

ଏହି ସମୟରେ ଧନଜଂୟ ପରିବାର ଲୋକ ଅନ୍ୟସ୍ଥାନରେ ବିବାହ ସ୍ଥିର କରିଥିଲେ । ଧନଜଂୟ ଧୁମଧାମରେ ବରଯାତ୍ରୀଙ୍କ ସହ ବିବାହ କରିବାକୁ ଯାଇଥିଲା । ଏହି ଖବରଶୁଣି ପ୍ରିୟଙ୍କ ପୋଲିସ ସହ ଆସି ବିବାହ ମଣ୍ଡପ ପାଖରେ ପହଂଚିଥିଲା । ବିବାହବେଦୀରୁ ଧନଜଂୟକୁ ଗିରଫ କରିଥିଲା ପୋଲିସ ।

{"id":79240,"width":586,"height":390}

ବିବାହବେଦୀରୁ ଧନଜଂୟକୁ ଗିରଫ କରିବାପରେ ପୋଲିସ କନ୍ୟାଘର ଲୋକଙ୍କୁ ଅଟକାଇଥିଲେ । ଶେଷରେ ଆପୋଷ ବୁଝାବଣା ପରେ ବରର ସାନଭାଇ ପ୍ରଦୀପ ସେହି ମଙ୍ଗୁଳା କନ୍ୟାକୁ ବିବାହ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.