Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କାଳିଆ ଯୋଜନା ନାଁଁରେ ଆଦିବାସୀ ମହିଳାଙ୍କୁ ଠକେଇ: ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

11/11/2020 at 9:23 PM

ଦିଗପହଣ୍ଡି୧୧/୧୧: ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟା ଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ନାଁ କହି ୩୯ ହଜାର ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ ଏବଂ ଗୁଦୁ ମଲ୍ଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଏବଂ ବାକି ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଲେଖାଏଁ ନିଆଯାଇଥିଲା। ଏମିତି ଭାବେ ମୋଟ୍ ୩୯ ହଜାର ଟଙ୍କା ଠକି ନେଇଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଠାରୁ ନଗଦ ୩୭୪୦୦ ଟଙ୍କା, ୨ଟି ଏଟିଏମ କାର୍ଡ ଏବଂ ବିଭିନ୍ନ ପ୍ରକାର ସରକାରୀ ପଦାଧିକାରୀଙ୍କ ଷ୍ଟାମ୍ପକୁ ପୋଲିସ୍ ଜବତ କରିଛି। ସୂଚନାଥାଉକି, ଅଭିଯୁକ୍ତ କୃଷ୍ଣ ଗତ ରବିବାର ଚଢ଼େୟାଗରଦ ଗା​‌ରେ ପହଞ୍ଚି ନିଜକୁ କୃଷି ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ବୋଲି ପରିଚୟ ଦେଇଥିଲେ। ସୋମବାର ପୁଣି ଉକ୍ତ ୪ ଜଣ ମହିଳାଙ୍କୁ ବ୍ୟାଙ୍କ ଜମା ଖାତା ଧରି  ସିଦ୍ଧେଶ୍ଵର ଗ୍ରାମସ୍ଥିତ ଏକ ବ୍ୟାଙ୍କ ନିକଟକୁ ଆସିିବା ପାଇଁ କହିଥିଲେ। କୃଷ୍ଣଙ୍କ କଥା ଅନୁସାରେ ମହିଳାମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଏକ ଅଟୋରେ ବ୍ୟାଙ୍କରେ ପହଁଞ୍ଚିଥିଲେ। ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ୨୨ ହଜାର ଟଙ୍କା ପଠାଇ ଦେବେ କହି ମୋଟ୍ ୩୯ ହଜାର ଟଙ୍କା ଲୁଟି ନେଇଥିଲେ।

ଠକାମୀର ଶିକାର ହୋଇଥିବା ଦ୍ରୌପଦୀ ମଲ୍ଲିକଙ୍କ ଏତଲା କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। କୋଭିଡ ପରୀକ୍ଷା କରାଯିବା ପରେ ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ କୃଷ୍ଣ  ଗତ ୨୦୧୮ ଅକ୍ଟୋବର ୨୦ ତାରିଖରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କ ଜାଲ ଦସ୍ତଖତ କରି ତାଙ୍କ ନାଁରେ ଥିବା ଏକ ଜାତୀୟ ବ୍ୟାଙ୍କରୁ ତିତଲି କ୍ଷତିପୂରଣ ଜମାଖାତାରୁ ୩୦ ଲକ୍ଷ ୨୮୪୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା।   

   Related Posts