ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ତିନି ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | July 18, 2020 IST

ପଦ୍ମପୁର ୧୮।୦୭: ୨୦ରୁ ଅଧିକ ଦିନ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ  ଅଫିସର ନିକଟରେ ଘଟିଥିବା ହତ୍ୟାକାଣ୍ଡର ଘଟଣା ପର୍ଦ୍ଦାଫାଶ କରିଛି ପୋଲିସ ।  ଗତ ୨୫ତାରିଖ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ  ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିଲା । ଘଟଣାରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

{"id":302023,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଖୁଂଟପାଲି ଗ୍ରାମର ସୁବାଷ ନାଗ, ତାଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ପୁଅ ଦୁଇଟି ବାଇକ ଯୋଗେ ପଦ୍ମପୁର ଥାନାରୁ ଅଭିଯୁକ୍ତ ବିନୋଦ କୁମାର ସାହା,ବିକାଶ ସାହା,ଭକଲୁ ବରିହାଙ୍କ  ନାମରେ ତାଙ୍କ ପ୍ରତି କରିଥିବା  ଦୁର୍ବ୍ୟବହାର  ଅଭିଯୋଗ କରି ଫେରୁଥିବା ସମୟରେ , ସେହି ତିନି ଜଣ ଅଭିଯୁକ୍ତ ପଦ୍ମପୁର ମାଷ୍ଟର କଲୋନି ଠାରେ ଏକ ପିକଅପ ଭ୍ୟାନରେ ପିଛା କରିଥିଲେ । ସତିଭଟା ଛକ ସ୍ଥିତ ଫରେଷ୍ଟ ଅଫିସ ନିକଟରେ ପଛପଟୁ ଜୋରରେ ଧକ୍କା ଦେଇଥିଲେ  । ଧକ୍କା ଦେଇ ତିନି ଅଭିଯୁକ୍ତ ସେଠାରୁ ଫେରାର ମାରିଥିଲେ । ପିକଅପ ଓ ବାଇକ ଧକ୍କା ହେବା ଦ୍ୱାରା ମସ୍ତମୟ ନାଗ ଓ ରିଙ୍କୁ ନାଗ ଗୁରୁତର ଭାବେ ଆହତ ହୋଇଥିଲେ  ।

{"id":302024,"sizeSlug":"large"}

ଆହତ ଦ୍ୱୟଙ୍କୁ ପଦ୍ମପୁରରୁ ବୁର୍ଲା ନେଉଥିବା ସମୟରେ ମସ୍ତମୟଙ୍କ ଦେହାନ୍ତ ହୋଇଥିଲା  । ଏ ବିଷୟରେ ସୁବାଷ ନାଗ ଓ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପଦ୍ମପୁର ଥାନା କେଶ ନମ୍ବର ୧୫୩/୨୦ ଆଧାରରେ ଅଭିଯୁକ୍ତ ମାନଙ୍କୁ ଖୋଜି ଗିରଫ କରି ୩୪୧/୨୯୪/୫୦୬/୫୦୯ ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.