Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦାଦାବଟି ଏବଂ ସୁନା ଦୋକାନରୁ ଲୁଟ୍ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୋଲିସ୍

27/05/2020 at 5:25 PM

କଟକ୨୭/୫: ଦାଦାବଟି  ସହ ସୁନା ଚେନ୍ ଲୁଟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ଇଦ୍‌ ଉତ୍ସବ ପାଳନ କରିବା ଲାଗି ଦାଦାବଟୀ ମାଗିବା ସହ ଏକ ସୁନା ଦୋକାନରୁ ଲୁଟ ଅଭିଯୋଗରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଗତ ସୋମବାର ଲାଲବାଗ ଥାନ୍ତା ଅନ୍ତର୍ଗତ ବାଲୁ ବଜାରରେ ଥିବା ସାଇ ଅଳଙ୍କାରେ ପଶି ତିନି ଜଣ ଅଭିଯୁକ୍ତ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ସହ ଦୋକାନରୁ କିଛି ବ୍ରେସଲେଟ୍ ଓ ଚେନ ଲୁଟ କରି ଫେରାର ହୋଇଯାଇଥିଲେ।

ତେବେ ଘଟଣାର ତଦନ୍ତ କରି ଲାଲବାଗ ଥାନା ପୋଲିସ ଅଭିଯୁକ୍ତ ସୟିଦ ଖାନ, ସୟିଦ ସଦ୍ଧାମ ଓ ଶେଖ ଅଫସରକୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ସୁନା ଚେନ ଓ ବ୍ରେସଲେଟ ଜବତ କରିବା ସହ ଏକ ଗାଡି ମଧ୍ୟ ଜବତ କରିଛି। ତେବେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ଙ୍କ ନାମରେ ସହରରେ ଥିବା ବିଭିନ୍ନ ଥାନାରେ ବହୁ ମାମଲା ଥିବା ପୋଲିସ ତଦନ୍ତରୁ ଜଣାପଡିଛି।

   Related Posts