ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୩ ଗିରଫ

Published By : Prameya-News7 Bureau | November 07, 2019 IST

ବାଲିପାଟଣା ୭।୧୧: ବାଲିପାଟଣା ନୂଆସାହିରେ ଜୁଆ ଆଡ୍ଡା ଉପରେ ବାଲିପାଟଣା ପୋଲିସ ଚଢାଉ କରିଛି । ଘଟଣାସ୍ଥଳରୁ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଛଅ ହଜାର ତିନି ଶହ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା କୌଣସି ସୂତ୍ରରୁ ଖବର ପାଇ ନୂଆସାହିରେ ଚାଲିଥିବା  ଜୁଆ  ଆଡ୍ଡା  ଉପରେ  ଚଢାଉ  କରିଥିଲା  ।  ଚଢାଉ  ସମୟରେ  ତିନିଜଣ  ଜୁଆ  ଖେଳାଳିଙ୍କୁ  ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିଲା  । ଘଟଣାସ୍ଥଳରୁ ୧୫ ଜଣରୁ ଉର୍ଦ୍ଧ୍ବ ଜୁଆ ଖେଳାଳି ଖସିଯାଇଥିଲେ । ଗିରଫ ହୋଇଥିବା ତିନି ଜଣ ହେଲେ ବାଲିପାଟଣା ଥାନା ମାର୍ଥାପୁର ଗ୍ରାମର ବାବୁଲି ମଲ୍ଲିକ, ନିଶ୍ଚିତପୁର ଗ୍ରାମର ରାଜେଶ ସ୍ବାଇଁ ଏବଂ ନିଆଳି ଥାନା ଗୋବିନ୍ଦରାମପାଟଣା ଗ୍ରାମର ହୁଲାସ ଭୋଇ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.