ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟଙ୍କ ଉପରକୁ ବୋମା ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | June 08, 2020 IST

ସାଲେପୁର୮/୬: ଜଗତପୁର ଥାନା ଖଇରା କେନାଲ ବନ୍ଧରେ ବୋମା ମାଡ଼ ଘଟଣାରେ ଜଗତପୁର ପୋଲିସକୁ ମିଳିଛି ବଡ଼ ସଫଳତା। ୩୦।୦୫।୨୦୨୦ ତାରିଖରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ  କ୍ଲବ  ନିକଟରେ ଛିଡ଼ା ହୋଇଥିବା ସମୟରେ ଚମ୍ପତ୍ତି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବେହେରା ଓ ଅନ୍ୟ ଜଣେ ପୂର୍ବ ତନ ସମିତି ସଭ୍ୟ ଭୋଳା ନାଥ ରାଉତଙ୍କ ଉପରେ ବୋମା ପକାଇ ଦୃର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ବିଳାଶ ଚନ୍ଦ୍ର ବେହେରା ଆହତ ହୋଇଥିବା ବେଳେ ପୂର୍ବତନ ସମିତି ସଭ୍ୟ ଭୋଳାନାଥ ରାଉତଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି।

ବିଳାଶଙ୍କ ମୁଣ୍ଡରେ ଆଘାତ ହୋଇ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି କଟକ ଡିସିପି। ଏହି ଘଟଣାରର ଏସିପି ଅମରେନ୍ଦ୍ର ପଣ୍ଡା ଓ  ଜଗତପୁର ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକଙ୍କ ନେତୃତ୍ୱରେ ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ୪ଜଣଙ୍କୁ ଗିରଫ କରି ଥିବାବେଳେ ସେମାନଙ୍କ ଠାରୁ ୫ ମିଟର ପଡିଥିବା ୫ଟି ମୋବାଇଲି ଓ ୨ଟି ଜୀବନ୍ତ ବୋମା ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ହେଲେ ସାଲୁ ଓରଫ ସେକ ୟାକୁବ ଖାନ ଓ ବାବୁଆ ଓରଫ ସେକ ୱାସିମ ଏବଂ ତାଙ୍କର ୪ ସହଯୋଗୀ ହେଲେ ସେକ ଇମରାନ, ସେକ ସାକିର, ଶିବ ଭୋଇ ଓ ରମେଶ ଭୋଇ। ଏମାନଙ୍କ ଘର କଟକ  ଦରଘା ବଜାର, ଲାଲବାଗ ଓ ଜଗତପୁର ଥାନା ଅଂଚଳରେ।ଏମାନଙ୍କ ନାମରେ ୧୭୮/୨୦ରେ ମାମଲା ରୁଜୁ କରି  କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.