ହତ୍ୟାକାରୀ ଲୁଟେରା ୧୦ ଘଣ୍ଟାରେ ଗିରଫ: କ୍ୟାଶ୍ ଭ୍ୟାନ ଡ୍ରାଇଭରକୁ ଗୁଳି କରି ଲୁଟିଥିଲେ ୧୪.୫ ଲକ୍ଷ, ସିସିଟିଭିରେ ପୁରା ଫୁଟେଜ୍

Published By : Prameya-News7 Bureau | July 04, 2020 IST

ରାୟଗଡ଼୪/୭:  ଦିନ ଦିପହରେ ଏଟିଏମ୍‌ ଭ୍ୟାନ୍ ଭାଙ୍ଗି ୧୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଖାଲି ସେତି କି ନୁହେଁ ହାତରେ ଧରିଥିବା ବନ୍ଧୁକରେ ଏଟିଏମ୍‌ ଭ୍ୟାନ ଡ୍ରାଇଭରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି। ଏହାସହ ଗୁଳିମାଡ଼ରେ ଭ୍ୟାନ୍‌ରେ ସିକ୍ୟୁରିଟି ଗାର୍ଡ ମଧ୍ୟ ଗୁରୁତର ହୋଇଛନ୍ତି। ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିବା ଦୃଶ୍ୟ ଅନୁସାରେ, ଲୁଟେରା ଦୁଇଜଣ ଏଟିଏମ୍ ଭ୍ୟାନ ଭାଙ୍ଗି ଲୁଟି ନେବା ସହ ରାସ୍ତାରେ ଫାଙ୍କା ଗୁଳି ଚାଳନ ମଧ୍ୟ କରିଥିଲେ।

wp:core-embed/twitter {"url":"https://twitter.com/BalrajKurre7/status/1279218135506104320?s=20","type":"rich","providerNameSlug":"twitter","className":""}
https://twitter.com/BalrajKurre7/status/1279218135506104320?s=20
/wp:core-embed/twitter

ଗତକାଲି ଛତିଶଗଡ଼ ରାୟଗଡ଼ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲୁଟ-ହତ୍ୟା ଘଟଣାକୁ ୧୦ ଘଣ୍ଟା ନପୁରୁଣୁ ଅଭିଯୁକ୍ତମାନଙ୍କୁ ରାୟଗଡ଼ ପୋଲିସ୍ ଗିରଫ କରିଛି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ତଥ୍ୟ, ନାକାବନ୍ଦୀ ଏବଂ ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୋଲିସ୍ ୨ ଅଭିଯୁକ୍ତ ଗିରଫ କରିଛି। ଏହି ୨ ଅଭିଯୁକ୍ତ ମୁହଁରେ ଧଳା କପଡ଼ା ବାନ୍ଧି ଗୋଟିଏ ବାଇକ୍ ଆସି ଏଟିଏମ୍‌ ଭ୍ୟାନକୁ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ସିସିଟିଭିରେ ରେକର୍ଡ ହୋଇଥିବା ସମସ୍ତ ଦୃଶ୍ୟକୁ ରାୟଗଡ଼ ଏସ୍‌ପି ଟ୍ବିଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.