ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଶିଶୁକୁ ନିର୍ଯାତନା ଦେଇଥିବା ଯୁବକକୁ ଗିରଫ କଲା ପୋଲିସ
7/11/2019 at 12:26 PM

ଆନନ୍ଦପୁର ୭।୧୧: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଶିବନାରାୟଣପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଶିଶୁକୁ ନିର୍ଯାତନା ଦେବା ଘଟଣାରେ ଅଭିଯୁକ୍ତ ଯୁବକ ସନାତନ ଘଡେଇକୁ ଗିରଫ କଲା ଆନନ୍ଦପୁର ପୋଲିସ ।
ସୂଚନାଯୋଗ୍ୟ ଯେ, ପିଲାର ଖେଳଣା ନେଇଯିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଶିଶୁକୁ ଦଣ୍ଡ ଦେଇଥିଲେ ଅଭିଭାବକ । ଏହି ଦଣ୍ଡ ଦେବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଥିଲା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଶିବନାରାୟଣପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଜଣେ ଅଭିଭାବକ କିପରି ନିଷ୍ଠୁର ପାଲଟି ଯାଇଛନ୍ତି । ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି । ଖେଳଣା ଛଡାଇ ନେଇଥିବାରୁ କୋମଳମତି ବାଳକକୁ ଚାପୁଡା ମାରୁଛନ୍ତି, କାନ ମୋଡୁଛନ୍ତି । ସେତିକିରେ କିନ୍ତୁ ମନ ଶାନ୍ତ ହେଉନି ଯେ ପିଲାଟିର ୨ ଗୋଡ଼କୁ ଉପରକୁ ଟେକି ମୁଣ୍ଡ ତଳକୁ କରିଦେଉଛନ୍ତି । ପିଲାଟି କାନ୍ଦିଲେ ବି ତାକୁ ଛାଡୁ ନାହାନ୍ତି ।