ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲା : ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରା ଗିରଫ
19/10/2019 at 4:03 PM

ଯାଜପୁର ୧୯।୧୦: ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରାକୁ ଗିରଫ କରିଛି ପୋଲିସ । ରୂପେଶକୁ ଆଜି ଧର୍ମଶାଳା ଥାନା ପୋଲିସ ଗିରଫ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରୂପେଶର ସଂପୃକ୍ତି ଥିବା ସନ୍ଦେହ କରାଯାଉଥିଲା । ତେବେ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଥିଲା ।
ସୂଚନାଯୋଗ୍ୟ ଯେ, ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗେଷ୍ଟ ହାଉସର ୟୁରିନାଲରୁ ଉଦ୍ଧାର କରାଯାଇଥିଲା। ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ମୃତଦେହ। ସ୍ମିତାରାଣୀ ହରିଦାସପୁର ପଞ୍ଚାୟତର ବାଲିଗରି ଗାଁରେ ଭତ୍ତା ବାଣ୍ଟିବା ପରେ ଦିନ ଗୋଟାଏ ବେଳେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କର ଗେଷ୍ଟ ହାଉସକୁ ଫ୍ରେସ୍ ହେବାକୁ ଯାଇଥିଲେ। ଆଉ ସେହି ଗେଷ୍ଟ ହାଉସର ୟୁରିନାଲ ଭିତରୁ ତାଙ୍କର ଓଢ଼ଣୀରେ ଓହଳିଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ସରପଞ୍ଚଙ୍କର ସ୍ବାମୀ ବାଥରୁମ୍ ଗେଷ୍ଟ ହାଉସ ଡୋର୍ ଭାଙ୍ଗି ବାଥରୁମରୁ ତାଙ୍କୁ ଉଦ୍ଧାର କରିଥିବା ବେଳେ ସେଠାରୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ।
ସ୍ମିତାରାଣୀଙ୍କୁ ବିଧିବଦ୍ଧ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ସ୍ମିତାରାଣୀଙ୍କ ବାପା ଗତକାଲି ଅଭିଯୋଗ କରିଥିଲେ । କଂଗ୍ରେସ ମଧ୍ୟ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲା ।