Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ମାନସିକ ଭିନ୍ନକ୍ଷମ ଭଉଣୀର କେୟାର ଟେକରକୁ ବାରମ୍ବାର ଦୁଷ୍କର୍ମ ଓ ହତ୍ୟା, ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ବାଥରୁମରେ ପୋଡି ଦରପୋଡା ଶବକୁ ପୋତିଦେଲେ ବାଲିରେ, ପୋଲିସ କଲା ପର୍ଦ୍ଦାଫାଶ

1/02/2019 at 8:07 PM

କଟକ୧|୨: ଘର କାମରେ ନିୟୋଜିତ ମହିଳାଙ୍କ ସହ ବର୍ଷ ବର୍ଷ ଧରି ଅନୈତିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ପୋଡି ମାରିବା ପରେ ବାଲିରେ ପୋତି ଦେଲେ ଗୃହକର୍ତ୍ତା । କଟକ ରାଜେନ୍ଦ୍ର ନଗରରେ ଘଟିଛି ଏଭଳି ଜଘନ୍ୟ ଘଟଣା । କଟକ କମିଶନରେଟ୍ ପୋଲିସ୍ ଘଟଣା ଉପରୁ ପର୍ଦ୍ଦାଫାସ୍ କରିବା ସହ ଗୃହକର୍ତ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଟକ ରାଜେନ୍ଦ୍ର ନଗରରେ ଜଘନ୍ୟ କାଣ୍ଡ । ଘର କାମ କରିବାକୁ ଜଣେ ଯୁବତୀଙ୍କୁ ଆଣି ରଖିବା ପରେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଲେ ଗୃହକର୍ତ୍ତା । ବର୍ଷ ବର୍ଷ ଧରି ଯୁବତୀଙ୍କୁ ଶାରିରୀକ ଶୋଷଣ କରିବା ପରେ ଯୁବତୀଙ୍କୁ ହତ୍ୟା କରିଛନ୍ତି ଗୃହକର୍ତ୍ତା ।

ପୋଲିସ୍ ର କହିବା ଅନୁସାରେ କଟକ ରାଜେନ୍ଦ୍ର ନଗରରେ ଦୀର୍ଘ ବର୍ଷ ହେଲା ଭଡାରେ ରହି ଆସୁଥିଲେ ଜଗତସିଂହପୁର ବାଗଡିଆର ପ୍ରଭାତ ମହାରଣା ଓରଫ୍ କୁନା । ପ୍ରଭାତ ନିଜ ମାନସିକ ରୋଗଗ୍ରସ୍ତ ଭଉଣୀଙ୍କର ଦେଖା ରଖା କରିବା ପାଇଁ ରଞିତା ନାୟକ ନାମକ ଜଣେ ଯୁବତୀଙ୍କୁ ଆଣି ରଖିଥିଲେ । କିନ୍ତୁ ପ୍ରଭାତ ବରାବର ରଞିତାଙ୍କ ସହ ଶାରିରୀକ ସମ୍ପର୍କ ରଖି ବର୍ଷ ବର୍ଷ ଧରି ତାଙ୍କୁ ଶାରିରୀକ ଶୋଷଣ କରିଆସୁଥିଲେ ।

ଗତ ଡିସେମ୍ବର ମାସ ୨୭ ତାରିଖରେ କୌଣସି କାରଣରୁ ପ୍ରଭାତ ଓ ରଞିତାଙ୍କ ମଧ୍ୟରେ ବଚସା ହୋଇଥିଲା । ପୋଲିସ୍ କହିବା ଅନୁସାରେ ପ୍ରଭାତ ରଞିତାଙ୍କୁ ମୁଣ୍ଡକୁ ଆଘାତ୍ ଦେବାରୁ ରଂଜିତ ସଜ୍ଞାହୀନ ହୋଇପଡିଥିଲେ । ରଂଜିତା ମରିଯାଇଥିବା ଭାବି ନିଜ ବାଥ୍ ରୁମ୍ ରେ ରଂଜିତାଙ୍କୁ ପୋଡି ଦେଇଥିଲେ ।

ପରେ ପ୍ରମାଣ ନଷ୍ଟ ପାଇଁ ରଞିତାଙ୍କ ମୃତ ଦେହକୁ ନିଜ ପୁଅ ସହାୟତାରେ ଚୌଦ୍ବାର ନେଇ ଜାତୀୟ ୫୫ ନମ୍ବର ଜାତୀୟ ରାଜପଥ କଡ ଛତିଶାପାଟରେ ପୋତି ଦେଇ ଆସିଥିଲେ ପ୍ରଭାତ । ତେବେ ଜାତୀୟରାଜପଥ କାମ କରୁଥିବା ଶ୍ରମିକ ମାନେ ବାଲି ତଳୁ ମୃତ ଦେହ ପାଇବା ପରେ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଛାନ ଭିନ୍ ପରେ ଅଭିଯୁକ୍ତ ପ୍ରଭାତ ଆସିଥିଲେ ପୋଲିସ୍ ରାଡାର୍ କୁ ।

ତେବେ ଅଜଣା ମୃତ ଦେହ ମିଳିବା ପରେ ମାମଲାରେ ଅଭିଯୁକ୍ତଙ୍କୁ ଠାବ କରିବା ପୋଲିସ୍ ପାଇଁ କାଠିକର ପାଠ ଥିଲା । ଚୌଦ୍ବାର ପୋଲିସ୍ ପୋଷ୍ଟମର୍ଟମ୍ ରିପୋର୍ଟ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ କିଛି ନିର୍ଦ୍ଧିଷ୍ଟ ସୂଚନା ପ୍ରଭାତ ମହାରଣାଙ୍କୁ ସନ୍ଦେହ ଘୋରକୁ ଆଣିଥିଲା।

ପରେ ପୋଲିସ୍ ପ୍ରଭାତଙ୍କ ଗତିବିଧି ଉପରେ ନଜର ରଖିବା ପରେ ତାଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଥିଲା । ପଚରା ଉଚରା ବେଳେ ପ୍ରଭାତ ସବୁ କଥା ମାନିଯାଇଥିବା ପୋଲିସ୍ କହିଛି । ସେପଟେ ରଂଜିତାଙ୍କ ବାପା ପୋଲିସ୍ ତାଙ୍କୁ ନ୍ୟାୟ ଦେବ ବୋଲି ଆଶା ରଖିଛନ୍ତି….

ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତ ଦେହ ଯେଉଁ କାର୍ ରେ ପ୍ରଭାତ ଚୌଦ୍ବାର ନେଇଥିଲେ, ସେ କାରକୁ ମଧ୍ୟ ଜବତ୍ କରିଛି ।

   Related Posts