Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ପୋଲିସ କବଜାରେ ରାଜଧାନୀ ଦେହ ବ୍ୟବସାୟର “ମମ୍” ମାୟା, ଉଦ୍ଧାର ହେଲେ ବଙ୍ଗୀୟ ଯୁବତୀ, ସାହାର୍ଯ୍ୟ କରିଥିଲେ ଜଣେ ଗ୍ରାହକ

9/08/2019 at 8:08 PM

ନୂଆଦିଲ୍ଲୀ ୯|୮: ବହୁ ଚେଷ୍ଟା ପରେ ବି ରାଜଧାନୀ ଦିଲ୍ଲୀରେ ବେଆଇନ ଭାବେ ଚାଲିଥିବା ବେଧଡ଼କ ଦେହ ବ୍ୟବସାୟ ତାର କାୟା ବିସ୍ତାର କରିବାରେ ଲାଗିଛି।ଆଇନକୁ ଖାତିର୍ ନକରି ଖୋଲାଖୋଲି ଭାବେ ଦଲାଲମାନେ ଚଳାଉଛନ୍ତି ସେକ୍ସ ରାକେଟ। ବହୁ ନୀରହ ଯୁବତୀଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟ ଭଳି ଘୃଣ୍ୟକାର୍ଯ୍ୟରେ ଲଗାଯାଉଛି। ଏହିଭଳି ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଦିଲ୍ଳୀ ପୋଲିସ।

ଦେହ ବ୍ୟବସାୟ ପାଇଁ ବିକ୍ରୀ  କରାଯାଇଥିବା କିଛି ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଓ ମହିଳା କମିଶନ ମିଳିତଭାବେ ଚଢଉ କରି ଉଦ୍ଧାର କରିବା ସହ ସେକ୍ସ ରାକେଟରେ ଲିଡର ମାୟାକୁ ପୋଲିସ ଗିରଫ କରିଛି।ଗରିଫ ହୋଇଥିବା ମହିଳା ମାୟାକୁ ମମ୍ ନାମରେ ବଦନାମ ଗଳିରେ ଜାଣନ୍ତି।

ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଇଥିଲା।ଉଦ୍ଦାର ହୋଇଥିବା ଯୁବତୀମାନେ ଯୁବତୀମାନେ ପଶ୍ଚିମବଙ୍ଗର ସିୟାଲଦାରେ ଆଇବିଏ  ମ୍ୟାନେଜମେଣ୍ଟ ଗ୍ରୁପ ଆଫ୍‌ ଇଣ୍ଡଷ୍ଟ୍ରିଜର ନେଟ୍ ଓ୍ବାର୍କିଂରେ ବ୍ୟବସାୟ କରୁଥିଲେ ।

ପୋଲିସ କହିବାନୁଯାୟୀ, ସିୟାଲଦାରେ ଏହି ଯୁବତୀମାନେ ନେଟଓ୍ବାର୍କିଂ ବିଜିନେସ୍‌ କାମ କରୁଥିଲେ। ସେଠାରେ ଜ୍ୟୋତ୍ସ୍ନା ନାମକ ଜଣେ ଯୁବତୀଙ୍କ ସହ ଏମାନଙ୍କର ଭେଟ ହୋଇଥିଲା। ବିଜିନେସକୁ ପ୍ରମୋଟ କରିବା ବାହାନାରେ ବଙ୍ଗୀୟ ଯୁବତୀଙ୍କୁ ଜ୍ୟୋତ୍ସ୍ନା ଦିଲ୍ଲୀ ଆଣିଥିଲା  ଓ  ରମଜାନ ନାମକ ବ୍ୟକ୍ତି ପାଖରେ  ଛାଡିଦେଇ ଚାଲି ଯାଇଥିଲେ। ରମଜାନ ଜଣେ ଦଲାଲ ଥିଲା । ସେ ଏହି ଯୁବତୀଙ୍କୁ ଜୀବନରେ ମାରିଦେବା ଭୟ ଦେଖାଇ ଜୋର ଜବରଦସ୍ତ  ଦେହ ବ୍ୟବସାୟରେ ଲଗାଉଥିଲା।

କିଛିଦିନ ତଳେ ଯୁବତୀଙ୍କ ପାଖକୁ ଜଣେ ବଙ୍ଗଳା ଗ୍ରାହକ ଆସିଥିଲେ। ଯୁବତୀ ଜଣଙ୍କ ସେହି ବଙ୍ଗଳା ଗ୍ରାହକଙ୍କ ପାଖରେ ସବୁ ସତ କଥା କହିଥିଲେ। ଗ୍ରାହକ ଜଣକ ପୀଡିତାଙ୍କ ଭାଇଙ୍କୁ ଯୋଗାଯୋଗ କରି ଘଟମା ସମ୍ପର୍କରେ କହିଥିଲେ। ପୀଡିତାଙ୍କ ଭାଇ ଦିଲ୍ଳୀର କମଳା ମାର୍କେଟ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଏହି ରାକେଟର ପର୍ଦ୍ଦାଫାଶ କରିଥିଲା

   Related Posts