ମହିଳାଙ୍କଠୁ ସୁନା ଚେନ୍ ଝାମ୍ପିନେଇଥିଲା, ଲୁଟେରାକୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 27, 2021 IST

ଜୟପୁର ୨୭।୯: ମହିଳାଙ୍କଠାରୁ ସୁନା ଚେନ୍ ଝାମ୍ପି ଲୁଟ୍ କରିବା ଅଭିଯୋଗରେ ଜଣେ ଲୁଟେରାକୁ କାବୁ କରିଛି ଜୟପୁର ଟାଉନ ପୋଲିସ । ଲୁଟେରା ନାଁ ହେଉଛି ବାଦଲ ନାଗ । ବାଦଲଠାରୁ ୩ ଗ୍ରାମ ସୁନା ସହ ଗୋଟିଏ ମଟର ସାଇକେଲ ଓ ଗୋଟିଏ ଛୁରୀ ମଧ୍ୟ ଜବତ କରିଛି ପୋଲିସ । ତା ନାଁରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଥିବା କହିଛନ୍ତି ଜୟପୁର ଏସଡିପିଓ। ସେପ୍ଟେମ୍ବର ମାସ ୩ ତାରିଖ ଦିନ କୁମାରୀ ସାହୁ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ କରି ପୋଲିସ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ଘଟଣାର ତଦନ୍ତ କରି ପୋଲିସ ବାଦଲକୁ କାବୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.