କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ: ସ୍କର୍ପିଓ, ସ୍କୁଟି, ୩ ବାଇକ୍ ଓ ୫ ଟି ମୋବାଇଲ ଜବତ

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର୨୦|୮: କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ସହର ଗଳି କନ୍ଦିରେ ଥିଲେ ଏହି ଗ୍ୟାଙ୍ଗର ସଦସ୍ୟ । ବିଶେଷ କରି ହାଇଓ୍ବେରେ ଯାତାୟତ କରୁଥିବା ବାଇକ ଆରୋହୀଙ୍କୁ ଟାର୍ଗେଟ କରୁଥିଲେ । ଭଡାରେ ସ୍କର୍ପିୟୋ ଆଣି ଗ୍ୟାଙ୍ଗର ସଦସ୍ୟ ଲୁଟିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ସଞ୍ଜ ନଇଁଲେ ଆରମ୍ଭ ହୋଇଯାଉଥିଲା ଏହି ଗ୍ୟାଙ୍ଗର ଅପରାଧୀ ଅପରେସନ ।

{"id":146663}

ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗକୁ କାବୁ  କରିଛି କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଏକ ସ୍କର୍ପିଓ, ଗୋଟିଏ ସ୍କୁଟି, ତିନୋଟି ବାଇକ୍, ୫ ଟି ମୋବାଇଲ ଜବତ କରିଛି ଖଣ୍ଡିଗିରି ଥାନା ପୋଲିସ । ଏହି ପାଞ୍ଚ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ବିଭିନ୍ନ ମାମଲା ଥିବା ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି ।

{"id":146664}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.