CAA ବିରୋଧୀ ରାଲିରେ ଗୁଳି ଫୁଟାଇଥିବା ଯୁବକ ଗିରଫ...

Published By : Prameya-News7 Bureau | January 30, 2020 IST

ଦିଲ୍ଲୀ୩୦/୧: ଦିଲ୍ଲୀ ଜାମିଆ ଅଞ୍ଚଳରେ CAA ବିରୋଧୀ ରାଲି ବେଳେ ଗୁଳି ଫୁଟାଇଥିବା ଯୁବକକୁ ଗିରଫ କରାଯାଇଛି। ଗୁଳିମାଡରେ ଜଣେ ଛାତ୍ର ଆହତ ହୋଇଛନ୍ତି । ଜାମିଆ ବିଶ୍ବ ବିଦ୍ୟାଳୟ  ଅଞ୍ଚଳରେ ପ୍ରଦର୍ଶନ ବେଳେ ପୋଲିସ ମୁତୟନ କରାଯାଇଥିଲା ।

ପୋଲିସ ସୁରକ୍ଷା ବଳୟ ଭିତରେ ହିଁ ଯୁବକ ଜଣକ ବନ୍ଧୁକରୁ ଗୁଳି ଚଳାଇ ଥିଲା  ଏଥିରେ ପ୍ରଦର୍ଶନରେ ସାମିଲ ହୋଇଥିବା ଜାମିଆର ଜଣେ ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ରଙ୍କ ନାଁ ସାଦାବ । ସିଏଏ ପ୍ରଦର୍ଶନ ରାଲି ଜାମିଆରୁ ରାଜଘାଟ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି ।

ଗୁଳି ଫୁଟାଇଥିବା ଯୁବକ ଜଣକ କ୍ୟାମେରାରେ କଏଦ ହୋଇଛି । ଦିଲ୍ଲୀ ପୋଲିସ ଏହି ଯୁବକଙ୍କୁ ଗିରଫ କରିବା ସହ ପୂରା ମାମଲାର ତଦନ୍ତ ଚାଲିଥିବା କହିଛି । ଯୁବକ ଜଣକ ନିଜ ନାଁ ଗୋପାଳ ବୋଲି କହିଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.