Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନନ୍ତନାଗରୁ ଧରାପଡ଼ିଲା ଜୈସ ଆତଙ୍କବାଦୀ, ଦକ୍ଷିଣ କାଶ୍ମୀରରେ ଥିଲା ସକ୍ରିୟ

13/05/2019 at 8:56 PM

ଜମ୍ମୁ-କାଶ୍ମୀର ୧୩।୫ :      କାଶ୍ମୀର ଅନନ୍ତନାଗରୁ ଧରାପଡ଼ିଲା ଜୈସ-ଏ-ମହମ୍ମଦ ଆତଙ୍କବାଦୀ । ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ ବେଳେ ହିଲାଲ୍‌ ଅହମଦ ନାଁରେ ସେଠାରେ ରହୁଥିବା ଏହି ଜୈସ୍‌ ଆତଙ୍କବାଦୀ ପାଖରୁ ମିଳିଛି ବିପୂଳ ପରିମାଣର ଅସ୍ତଶସ୍ତ୍ର । ଦୀର୍ଘ ସମୟ ଧରି ଦକ୍ଷିଣ କାଶ୍ମୀର ଅଞ୍ଚଳରେ ଏହି ଆତଙ୍କବାଦୀ  ବେଶ୍‌ ସକ୍ରିୟ ଥିଲା ।

ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ କରିଥିବା ବେଳେ ଏଥିରେ ସହାୟତା କରିଥିଲା ଜମ୍ମୁ-କାଶ୍ମୀର ପୋଲିସ । ବୈରିନାଗରେ ଜଣେ ବିଜେପି ନେତାଙ୍କୁ ହତ୍ୟା ପରେ ଏହାକୁ ଗୁରୁତର ସହ ନେଇଥିଲା ସ୍ଥାନୀୟ ପୋଲିସ ।  ଏବେ ସୁରକ୍ଷା ଏଜେନ୍ସୀର ଅଧିକାରୀମାନେ ଧରାପଡ଼ିଥିବା ଆତଙ୍କବାଦୀ ହିଲାଲ୍‌ ଅହମ୍ମଦକୁ ପଚରାଉଚରା କରୁଛନ୍ତି । ଜୈସ ସଂଗଠନ ସହ କନେକ୍ସନ ଏବଂ ଆତଙ୍କୀ ଯୋଜନା ସମ୍ପର୍କରେ ତା’ ଠାରୁ ତଥ୍ୟ ଉଗାଳିବାକୁ ଚେଷ୍ଟା କରାଯାଉଛି ।

   Related Posts