ଅନୁଗୋଳ ଶିବ ମନ୍ଦିରରେ ଚାଲିଥିଲା ବାହାଘର, ବିବାହ ବେଦୀରୁ ବରକୁ ଉଠାଇନେଲା ପୋଲିସ ଜାଣନ୍ତୁ କାରଣ

Published By : Prameya-News7 Bureau | January 30, 2019 IST

ଅନୁଗୋଳ ୩୦|୧: ଅନୁଗୋଳରେ ବରକୁ ବିବାହ ବେଦୀରୁ ଉଠାଇ ନେଲା ହିନ୍ଦୋଳ ପୋଲିସ। ଅନୁଗୋଳ ଥାନା ମଝିକା ମନ୍ଦିରରେ ଜଣେ ବିବାହିତ ଯୁବକ ଆଉଥରେ ବିବାହ କରୁଥିବା ସମୟରେ ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି ।

{"id":79823}

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ଅଞ୍ଚଳର ଅବନୀ ରାଉତ ଗତ ୨୬/୮/୨୦୧୮ ରିଖରେ ହିନ୍ଦୋଳ ଥାନା ବିଲେଇଖଳି ଗ୍ରାମର ଜଣେ ଯୁବତୀ ଅପରାଜିତା ଭୋଇଙ୍କୁ ବିବାହ କରଥିଲା। କିନ୍ତୁ ବିବାହିତ ହେବା ସତ୍ତ୍ବେ ଆଜି ସମ୍ପୃକ୍ତ ଯୁବକ କାଳିଆକଟା ଗ୍ରାମର ଜଣେ ଯୁବତୀକୁ ମିଥ୍ୟା ପ୍ରଲୋଭନ ଦେଖାଇ ଅନୁଗୋଳ ମଝିକା ମନ୍ଦିରରେ ବିବାହ କରୁଥିଲେ । ସେହି ସମୟରେ ଖବର ଜାଣିପାରି ସ୍ବେଚ୍ଛାସେବୀ ମହିଳା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଛି।

{"id":79824}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.