ବାପାଙ୍କୁ ହତ୍ୟା କରି ଫେରାର୍ ଥିଲା ଅଭିଯୁକ୍ତ: ପାଇଖାନା ଘରୁ ଗିରଫ ଗଲା ପୋଲିସ୍
10/07/2020 at 9:27 AM

ପାଟଣା୧୦/୭: ବାରିଆ ଥାନାରୁ ଚମ୍ପଟ ମାରିଥିବା ହତ୍ୟାକାରୀକୁ ଧରିଲା ପୋଲିସ। ଗୋଡି ପୋଖରୀ ଗାଁରୁ ଧରିଲା ପୋଲିସ। ଏକ ପାଇଖାନା ଘରେ ଲୁଚି ରହିଥିଲା ଅଭିଯୁକ୍ତ। ଗତକାଲି ପୋଡାସିମିଳା ଗାଁରେ ବାପାକୁ ହତ୍ୟା କରିଥିବା ଅଭିଯୋଗରେ ଥାନାରେ ଅଟକ ରଖିଥିଲା ବାରିଆ ପୋଲିସ। ମେଡିକାଲ ଚେକ ଅପ୍ କରିବାକୁ ନେଉଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ସୁନୀଲ ନାଏକ।
ଅଭିଯୁକ୍ତର ସୁନୀଲର ଚଉଠି ଦିନ ନିଜ ବାପାଙ୍କୁ ଗୋଦାଳରେ ପିଟି ପିଟି ହତ୍ୟା କରିଥିଲା। ପାରିବାରିକ କହଳରୁ ବାପ-ପୁଅଙ୍କୁ ଝଗଡ଼ା ହୋଇଥିଲା। ଏହି କଥାରେ ରାଗି ସୁନୀଲ ନିଜ ବାପା କୁଶ ନାଏକଙ୍କୁ ପିଟି ପିଟି ହତ୍ୟା କରିଥିଲା। ମିଳିଥିବା ସୂଚନା ଅନୁସାରେ ମୃତ କୁଶ ନାଏକ ୪ ଜଣଙ୍କୁ ବିବାହ କରିଛନ୍ତି। ଅଭିଯୁକ୍ତ ସୁନୀଲ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ପୁଅ ବୋଲି ଜଣାପଡିଛି।
Related Posts
ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ
8 March 2021