Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଡକାୟତଙ୍କ ସହ ସୁନ୍ଦରୀ ଯୁବତୀ ସାମିଲ୍‌- ନିଛାଟିଆ ସ୍ଥାନକୁ ଡାକି ପୁରୁଷ ବନ୍ଧୁଙ୍କ ସହାୟତାରେ କରୁଥିଲେ ଲୁଟ

ଭୁବନେଶ୍ବର ୨୫।୦୧: ରାଜଧାନୀରେ ଯୁବତୀଙ୍କୁ ମାଧ୍ୟମ କରି ଡକାୟତି କରୁଥିବା ୫ ଜଣ ଡକାୟତ ଗିରଫ । ପାଞ୍ଚ ଡକାୟତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ସେପଟେ ବ୍ରାଉନସୁଗାର ବେପାର କରୁଥିବା ଜଣେ ଯୁବତୀଙ୍କ ସହିତ ଚାରି ଗିରଫ । ଚାରିଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଦଲାଲ ସାଜି ଗ୍ରାହକ ଯୋଗାଡ କରୁଥିଲେ । ଫୋନ ମାଧ୍ୟମରେ ଖଣ୍ଡଗିରି  ଖୋର୍ଦ୍ଧା ରାସ୍ତାକୁ ଡାକୁଥିଲେ । ସୁନ୍ଦର ଯୁବତୀଙ୍କ ମାଧ୍ୟମରେ ଗ୍ରାହକଙ୍କୁ ଆକ଼ଷ୍ଟ କରିବା ପରେ ଆରମ୍ଭ ହେଉଥିଲା ଲୁଟତରାଜ । ଯିଏ ଏମାନଙ୍କ ଜାଲରେ ପଡୁଥିଲେ ଲୁଟର ଶିକାର ହେବା ଥୟ । କେବଳ ଲୁଟୁ ନଥିଲେ ଝିଅ ମାନଙ୍କ ସହିତ ଅଶ୍ଳୀଳ ଫଟୋ ଉଠାଇ ଏମାନେ ପରବର୍ତ୍ତି ସମୟରେ ଗ୍ରାହକ ମାନଙ୍କୁ ବ୍ଲାକମେଲିଂ ମଧ୍ୟ କରୁଥିଲେ । ୨୦୧୮ ମସିହାରେ ଏହି ଲୁଟେରା ଗ୍ୟାଙ୍ଗରେ ଥିବା ପାଞ୍ଚଜଣ ଡକାୟତ ଏକଲକ୍ଷ ଅଶି ହଜାର ଟଙ୍କା ଡକାୟତି କରି ଫେରାର ହୋଇଯାଇଥିଲେ । ଯାହାର ପର୍ଦ୍ଦା ଫାସ କରିଛି କମିସନରେଟ ପୋଲିସ ।

ସେହିଭଳି ଜଟଣୀ ଗେଟ ରାସ୍ତାରେ ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ବେଳେ ୪ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଜଟଣୀ ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର , ବାଇକ ଓ ମୋବାଇଲ ଜବତ କରାଯାଇଛି । ପଶ୍ଚିମବଙ୍ଗରୁ ଆସି ଏମାନେ ଏଠାରେ ଡକାୟତି କରିବାକୁ ପ୍ରସ୍ତୁତି ଚଳାଇଥିଲେ ।

ସେପଟେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ରାଣୀ ମହୁମାଛି ସହ ୪ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ପୁର୍ବରୁ ଏହି ରାଣୀ ମହୁମାଛି ଜଣେ ପୋଲିସ ଏସଆଇଙ୍କ ସମ୍ପର୍କରେ ରହି ପୋଲିସକୁ ବ୍ରାଉନସୁଗାର ବେପାରର ଗୁପ୍ତ ସୁଚନା ଯୋଗାଉଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେ ହିଁ ବ୍ରାଉନସୁଗାର ବେପାରର କିଙ୍ଗପିନ ହନିଯାଇଥିଲେ । କାହାର ଛର୍ତଛାୟା ତଳେ ରହି ଏହି ବେପାର ଆରମ୍ଭ କରିଥିଲେ ତାହାର ଖୋଳତାଡ କରୁଛି କମିସନରେଟ ପୋଲିସ ।

ଗୋଟିଏ ପଟେ ବ୍ରାଉନସୁଗାର ବେପାର ଆଉ ଅନ୍ୟପଟେ ଦେହ ଦଲାଲରୁ ଡକାୟତି । ଏହାରି ଭିତରେ କମିସନରେଟ ପୋଲିସ ସବୁ ପ୍ରକାର ଅନୈତିକ କାର୍ଯ୍ୟକୁ ବନ୍ଦ କରିବାକୁ ଏବେ ସ୍ବତନ୍ତ୍ର ଟିମ ଗଠନ କରି ଚଢାଉ କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

   Related Posts