Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

୫ ହରିଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍‌

18/04/2020 at 6:00 PM

ଆନନ୍ଦପୁର୧୮/୪: ୫ ହରିଣ ଶିକାରୀଙ୍କୁ ଗିରଫ କଲା ପୋଲିସ୍‌। ଆନନ୍ଦପୁର ଥାନା ଜଞ୍ଜାଳୀ ଗାଁ ନିକଟରେ ଥିବା ଏକ କେନାଲରେ ହରିଣ ଶିକାର କରି ଲୁଚା ଯାଇଥିଲା। ଏହି ଘଟଣା ଜଣାପଡିବା ପରେ ଆନନ୍ଦପୁର ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାର ତଦନ୍ତ ପରେ ସଂପୃକ୍ତ ୫ ଜଣ ହରିଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ୍।

ବନ ବିଭାଗର ଅଧିକାରୀଙ୍କ ସୂଚନା ମୁତାବକ, ଏହି ୫ ଜଣ ଅଭିଯୁକ୍ତ ତୀର ମାରି ହରିଣକୁ ଶିକାର କରିଥିଲେ। ହରିଣଟି ମାରିବା ପରେ ତାକୁ ଏକ କେନାଲରେ ଥିବା ପାଣିରେ ଲୁଚାଇ ରଖିଥିଲେ। ହରିଣ ଶିକାର ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଅଞ୍ଚଳର ଟିକା ପୂର୍ତ୍ତି,  ସିଂଗାରା ଡଙ୍ଗ,  ଗୋବିନ୍ଦ ଡଙ୍ଗ , ସନିଆ ବେହେରା ଓ ଶିବପ୍ରସାଦ। ଗିରଫ ପରେ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ମୃତ ହରିଣର ପୋଷ୍ଟମର୍ଟମ ହେବା ପରେ ତାକୁ ଗାତ ଖୋଳି ପୋତି ଦିଆଯାଇଛି।

   Related Posts