ମାଇନିଂ ଅଫିସରର ପରିଚୟ ଦେଇ କ୍ରସର ମାଲିକଙ୍କଠୁ ୨ ଲକ୍ଷ ଟଙ୍କା ଲୁଟ, ୭ ଜଣଙ୍କୁ ଗିରଫ କଲା ସେମିଳିଗୁଡା ପୋଲିସ
19/10/2019 at 5:57 PM

ଜୟପୁର୧୯|୧୦: ନିଜକୁ ମାଇନିଂ ଅଫିସରର ପରିଚୟ ଦେଇ କ୍ରସର ମାଲିକଙ୍କ ୨ ଡ୍ରାଇଭରଙ୍କୁ ମୁଣ୍ଡ ଜାମିନ ରଖିବା ସହ ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ୭ ଜଣଙ୍କୁ ଗିରଫ କଲା ସେମିଳିଗୁଡା ପୋଲିସ।ଏମାନେ ସମସ୍ତେ ଭୁବନେଶ୍ବର ଓ କଟକ ଅଂଚଳର।ଏମାନଙ୍କଠାରୁ ପୋଲିସ ୨ଟି ଗାଡି,୧୦ଟି ମୋବାଇଲ,କ୍ୟାମେରା ଓ ଚୋରି LED ଟିଭି ଉଦ୍ଧାର କରିଛି।

ଏହି ମାସ ୧୫ ତାରିଖରେ ୧୫ ଜଣ ଯୁବକ ଗୋଟିଏ ଇନୋଭା ଓ ସ୍କର୍ପିଓ ଗାଡିରେ ଆସି ସେମିଳିଗୁଡାସ୍ଥିତ ତାରା ତାରିଣୀ ପଥର କୁଆଁରୀକୁ ଆସି ଏମାନେ ନିଜକୁ ଦିଲ୍ଲୀର ମାଇନିଂ ଅଫିସର ପରିଚୟ ଦେଇ ଦାଦା ବଟି ଦାବି କରିଥିଲେ।ଏପରିକି ୨ ଜଣ ଡ୍ରାଇଭରଙ୍କୁ ମୁଣ୍ଡ ଜାମିନ ରଖି କୁଆଁରୀ ମାଲିକ ନୀଳାଂଚଳ ପାଢୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାବି କରିବା ସହ ମୋବାଇଲ,ଟିଭି ଓ ଅନ୍ୟାନ୍ୟ କାଗଜ ପତ୍ର ଲୁଟ କରି ନେଈଯାଇଥିଲେ।

ପରେ ନୀଳାଂଚଳଙ୍କ ଆଉ ଜଣେ ଭାଇ ଆସି ୨ଲକ୍ଷ ଟଙ୍କା ଦେବା ପରେ ଦୁର୍ବୃତ୍ତମାନେ ଏମାନଙ୍କୁ ଛାଡିଥିଲେ।ଏହି ଘଟଣାରେ ମୋବାଇଲ ଟ୍ରାକ୍ କରି ଭୁବନେଶ୍ବର ଖଣ୍ଡଗିରି ପୋଲିସ ସହାୟତାରେ ଏମାନଙ୍କୁ କାବୁ କରିଛି ସେମିଳିଗୁଡା ପୋଲିସ।ଅନ୍ୟ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବ୍ ଶିଘ୍ର କାବୁ କରାଯିବ ବୋଲି କହିଛି ପୋଲିସ।