Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବ୍ରାଉନ୍‌ସୁଗାର ପଞ୍ଝାରେ ଇଂଜିନିୟରିଂ ଛାତ୍ର, ଧଳା ଜହର ବାଟ କଢାଉଛି ଅପରାଧ ଆଡକୁ

13/02/2019 at 5:17 PM

ଭୁବନେଶ୍ବର ୧୩|୨: ବି.ଟେକ୍‌ ଛାତ୍ର ହାତରେ ବ୍ରାଉନ୍‌ସୁଗାର । ଭୁବନେଶ୍ବର ସାଲିଆସାହି ବସ୍ତିରୁ ଜଣେ ଇଂଜିନିୟରିଂ ଛାତ୍ର ପାଖରୁ ୮୩ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଟିମ୍‌ ।  ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ । ସାଙ୍ଗସାଥୀ  ଏହି ଧଳାଜହର ସେବନ କରୁଛନ୍ତି ବୋଲି ସ୍ବିକାର କରିଛି ଗିରଫ ଛାତ୍ର । ଟ୍ବିନ୍‌ସିଟିରେ ଏବେ ଶହ ଶହ ଯୁବକ ଏବେ ବ୍ରାଉନସୁଗାର ଭଳି ମାରାତ୍ମକ ନିଶା କବଳରେ ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଛି ।

ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର । ଏଥର ଜଣେ ବି.ଟେକ୍‌ ଇଂଜିନିୟରିଂ ଛାତ୍ର ପାଖରୁ ମିଳିଛି ଏହି ଧଳା ଜହର । ସଂପୃକ୍ତ ଛାତ୍ର ପାଖରୁ ପ୍ରାୟ ୮ ଲକ୍ଷ ଟଙ୍କାର ୮୩ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟିମ୍‌ । ଭୁବନେଶ୍ବର ସାଲିଆ ସାହିରୁ ଏହି ଇଂଜିନିୟରିଂ ଛାତ୍ର ଜଣକ ଧରାପଡ଼ିବା ପରେ ତା’ ସହ ଆହୁରି ଶହ ଶହ ଯୁବକ ଏହି ମାରାତ୍ମକ ନିଶା କବଳରେ ଅଛନ୍ତି ବୋଲି ଜଣାପଡ଼ିଛି ।

ରାଜଧାନୀର ଗଳିକନ୍ଦିରେ ବେଧଡ଼କ ବ୍ରାଉନସୁଗାର ବେପାର ଚଳାଇଛନ୍ତି । ଆଉ ସେମାନଙ୍କ ଟାର୍ଗେଟ୍‌କୁ ଆସୁଛନ୍ତି ବିଭିନ୍ନ ଇଂଜିନିୟରିଂ କଲେଜ୍‌ ଛାତ୍ର । ଗଲା ଜାନୁଆରୀ ୨୫ରେ ମଧ୍ୟ ଜଣେ ବି.ଟେକ୍‌ ଛାତ୍ର ପାଖରୁ ମିଳିଥିଲା ଏହି ଧଳା ଜହର ।  

ଧଳା ଜହର କବଳରେ ପଡ଼ିବା ପରେ ଏହି ଛାତ୍ରମାନେ ଟଙ୍କା ପାଇଁ ରାଜରାସ୍ତାରେ ଲୁଟ୍‌ତରାଜ ମଧ୍ୟ କରୁଛନ୍ତି । ନିକଟକରେ କମିଶନରେଟ୍‌ ପୋଲିସ ହାତରେ ଧରାପଡ଼ିଥିବା ଏକ ଲୁଟେରା ଗ୍ୟାଙ୍ଗରେ ଜଣେ ଇଂଜିନିୟରିଂ ଛାତ୍ର ଥିବା ସାମ୍ନାକୁ ଆସିଥିଲା । ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ କରିବା ହେଉ କି ରାସ୍ତାରେ କାହାକୁ ଅଟକାଇ ମୋବାଇଲ୍‌ ଫୋନ୍‌ କି ଟଙ୍କା ଲୁଟିବା ହେଉ ବ୍ରାଉନସୁଗାର ପାଇଁ ସେ ସବୁକିଛି କରିବାକୁ ତୟାର ହୋଇଯାଉଛନ୍ତି ନିଶାଖୋର ଯୁବକମାନେ ।

ବାଲେଶ୍ବର ଜିଲ୍ଲାରୁ ବ୍ରାଉନସୁଗାର ଭୁବନେଶ୍ବର ଆସୁଥିବା ଜଣାପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି କିଛି ମୋହରା । ହେଲେ ଏହି ଧଳାଜହର ବେପାରର କିଙ୍ଗ ପିନ୍‌ମାନଙ୍କୁ ଧରିବାରେ ଏବେ ବି ନାକାମ୍‌ ଅବକାରୀ ବିଭାଗ ଆଉ ପୋଲିସ ।

   Related Posts