ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଡାକିନେଇ ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା, ଅଢେଇ ମାସ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

Published By : Prameya-News7 Bureau | July 18, 2021 IST

ଢେଙ୍କାନାଳ, ୧୮। ୦୭ : ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାତୁଣୀ ପାଖରେ ରହିବାକୁ ଆସିଥିବା ଜଣେ ବୃଦ୍ଧାକୁ ଡାକିନେଇ ଦୁଷ୍କର୍ମ କରାଯାଇଥିବା ଭଳି ଲଜ୍ୟାକର ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଦୁଷ୍କର୍ମ ଘଟଣାର  ତଦନ୍ତ କରୁଥିବା ଟାଉନ ପୋଲିସ  ଡାକ୍ତରଖାନାର ସିସିଟିଭି ଫୁଟେଜ ଯାଞ୍ଚକରି ଘଟଣାର ଅଢେଇ ମାସ ପରେ ଅଭିଯୁକ୍ତ ଯୁବକକୁ  ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଯୁବକ ଜଣଙ୍କ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ମହୁଲପଡ଼ାରେ ଥିବା ଏକ ଶିଶୁ ଗୃହର କର୍ମଚାରୀ ଶିଶିର ମଲ୍ଲିକ ବୋଲି ଜଣାପଡିଛି ।

ସୂଚନା ମୁତାବକ, ମହୁଲପଡା ସ୍ଥିତ ଶିଶୁ ଗୃହରେ ରହୁଥିବା ନାତୁଣୀ ପାଖକୁ ଗଁନ୍ଦିଆ ଅଂଚଳର ଏହି ଦୁଷ୍କର୍ମ ପିଡିତା ବୃଦ୍ଧା ଜଣଙ୍କ ଆସନ୍ତି । ନାତୁଣୀର ଚିକିତ୍ସାପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇ ବୃଦ୍ଧା ଜଣଙ୍କ ଡାକ୍ତରଖାନାକୁ ଆସି ନାତୁଣୀ ପାଖରେ ରହିଥିଲେ ।  ଗତ ଏପ୍ରିଲ ମାସ ୨୮ତାରିଖ ରାତିରେ ଅଭିଯୁକ୍ତ ଶିଶିର ବୃଦ୍ଧାଙ୍କୁ ଚଞ୍ଚକତାର ସହ ଡାକି ନେଇଥିଲେ । ଡାକ୍ତରଖାନା ଠାରୁ ଏକ କିଲୋମିଟର ଦୂର ବାଇକରେ ନେଇ ଏକ ନିଛାଟିଆ ଜାଗାରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ପଲାଇଥିଲା ଶିଶିର ।

ପରେ ମୁମୂର୍ଷୁ ଅବସ୍ଥାରେ ବୃଦ୍ଧା ଜଣଙ୍କ ଡାକ୍ତରଖାନାକୁ ଆସିବାପରେ ଘଟଣା ପଦାକୁ ଆସିଥିଲା । ଫଳରେ ଡାକ୍ତରଖାନା ସିସିଟିଭି ଫୁଟେଜକୁ ଆଧାର କରି ଟାଉନ ପୋଲିସ ଘଟଣାର ତଦନ୍ତ ପରେ ଶିଶିରକୁ କାବୁ କରିବାରେ ସକ୍ଷମ ହୋଇଥିବା ଢେଙ୍କାନାଳ ଏସଡିପିଓ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.