ହାପୁର ୧୫/୦୧: ଗୁଡୁର ଜନ୍ମଦିନ ଉତ୍ସବ ଭାରି ପଡ଼ିଲା। କେକ୍ କାଟି ଜନ୍ମଦିନ ପାଳିଲେ। କିନ୍ତୁ ଭିଡିଓ ଭାଇରାଲ୍ ପରେ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ। ଏବେ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ, ଜନ୍ମଦିନ ଉତ୍ସବ ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ କାହିଁକି। ଏହାର କାରଣ ବି ରହିଛି। ଜନ୍ମଦିନରେ କେକ୍ ଥିଲା ସତ କିନ୍ତୁ କେକ୍ କାଟିବା ପାଇଁ ଛୁରୀ ନୁହେଁ ବ୍ୟବହାର ହୋଇଥିଲା ବନ୍ଧୁକ। ବନ୍ଧୁକ ମୁନରେ କେକ୍ କାଟି ପାଳନ ହୋଇଥିଲା ଜନ୍ମଦିନ। ଏହି ଘଟଣା ଉତ୍ତରପ୍ରଦେଶର ହାପୁର ଜିଲ୍ଲାରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ ୧୦ ଜାନୁଆରୀରେ ଶାହନବାଜ ଓରଫ ଗୁଡୁର ଜନ୍ମଦିନ ଥିଲା। ଏହାର ଭିଡିଓ ବି ସୋସିଆଲ ମିଡିଆରେ ସେୟାର ହୋଇଥିଲା। ତେବେ ଏହି ଭିଡିଓ ହାପୁର ପୋଲିସର ନଜରରେ ପଡ଼ିଥିଲା। ଯେଉଁଥିରେ ଅନେକ ଯୁବକ ଏକାଠି ହୋଇ ଜନ୍ମଦିନ ପାଳନ କରିବା ସହ ପାଟିତୁଣ୍ଡ ବି କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହାରି ମଧ୍ୟରେ ଜଣେ ଯୁବକ ବନ୍ଧୁକ ମୁନରେ କେକ୍ କାଟୁଥିବା ବି ଭିଡିଓରେ କଏଦ ହୋଇଥିଲା।
wp:embed {"url":"https://twitter.com/hapurpolice/status/1350029370014875649","type":"rich","providerNameSlug":"twitter","responsive":true,"className":""} /wp:embedଭିଡିଓ ଦେଖିବା ପରେ ଏସପି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ପରେ ପୋଲିସ ଗୁଡୁ ଓ ଭୁରା ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ। ଶାହନବାଜ ଓରଫ ଗୁଡୁ ମାଜିଦପୁରା ବାସିନ୍ଦା ହୋଇଥିବା ବେଳେ ଭୁରା କରୀମ ମସଜିଦରେ ଗଳିର ବାସିନ୍ଦା।