Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ପଡିଲା ମହଙ୍ଗା, ବନ୍ଧା ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା

7/09/2021 at 4:10 PM

ରାୟପୁର ୦୭।୦୯: ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ବିବାଦୀୟ ବୟାନ ଦେବା ପଡିଲା ମହଙ୍ଗା। ଗିରଫ ହେଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ। ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ ରାୟପୁରର ଏକ ଅଦାଲତରେ ହାଜର କରାଯାଇଛି। 

ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ୍ କରି କହିଥିଲେ ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ଜାତିବାଦ ଏବଂ ସମାଜରେ ବିଦ୍ଵେଷ ପ୍ରସାର କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପର୍ଯ୍ୟନ୍ତ କଥା ଗଲା। କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏସବୁ ଦେଖା ଯାଉନି ଏବଂ ସେ ଏହି ମାମଲାରେ ନଜାଣିବାର ଅଭିନୟ କରୁଛନ୍ତି।

ସର୍ବ ବ୍ରାହ୍ମଣ ସମାଜର ଅଭିଯୋଗ ପରେ ଡିଡି ନଗର ପୋଲିସ ଶନିବାର ରାତିରେ ନନ୍ଦ କୁମାର ବଘେଲଙ୍କ ବିରୋଧରେ ଧାରା ୧୫୩-ଏ(ବିଭିନ୍ନ ସମୂହଙ୍କ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା) ଓ ୫୦୫(୧)(ବି) ଆଧାରରେ ମାମଲା ରୁଜୁ କରାଯାଇଥିଲା।

କଣ  କହିଥିଲେ ବଘେଲଙ୍କ ବାପା ?

ମୁଖ୍ୟମନ୍ତ୍ରୀ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ କହିଥିଲେ, ମୁଁ ଭାରତର ସମସ୍ତ ଗାଁ ଲୋକଙ୍କୁ ଅପିଲ୍ କରୁଛି ଯେ, ସେମାନେ ନିଜ ନିଜ ଗାଁରେ ବ୍ରାହ୍ମଣଙ୍କୁ ପୁରାଇ ଦିଅନ୍ତୁ ନାହିଁ। ମୁଁ ଅନ୍ୟ ସମୁଦାୟ ସହ ଆଲୋଚନା କରିବି ଯଦ୍ଵାରା ଗାଁରୁ ବ୍ରାହ୍ମଣଙ୍କ ବହିଷ୍କାର ହୋଇ ପାରିବ। ସେମାନଙ୍କୁ ଭୋଲଗା ନଦୀ କୂଳକୁ ପଠାଇ ଦିଆଯିବାର ଆବଶ୍ୟକତା ରହିଛି। ବ୍ରାହ୍ମଣ ପରଦେଶୀ ଅଟନ୍ତି। ଯେଉଁଭଳି ଇଂରେଜମାନେ ଆସିଥିଲେ ଏବଂ ଚାଲିଗଲେ, ଠିକ୍ ସେହିପରି ବ୍ରାହ୍ମଣମାନେ ସୁଧୁରି ଯାଆନ୍ତୁ କିମ୍ଵା ପୁଣି ଗଙ୍ଗାର ଭୋଲଗା ଯିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଥିଲେ, ଆଇନ ସର୍ବୋପରି। ତାଙ୍କ ସରକାର ସମସ୍ତଙ୍କ ପ୍ରତି ଉଚିତ୍ ନ୍ୟାୟ କରିବ। ସେ ଏହା ମଧ୍ୟ କହିଥିଲେ, କେହି ମଧ୍ୟ ଆଇନଠୁ ଉର୍ଦ୍ଧ୍ଵରେ ନୁହନ୍ତି। ସେ ଯେ କୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି ? ସେ ମୋର ୮୬ ବର୍ଷୀୟ ବାପା ମଧ୍ୟ ହୋଇ ଥାଆନ୍ତୁ ନା କାହିଁକି ? ଛତିଶଗଡ ସରକାର ପ୍ରତି ଧର୍ମ, ସଂପ୍ରଦାୟ, ସମୁଦାୟ ଓ ତାଙ୍କର ଭାବନାକୁ ସମ୍ମାନ କରେ। ମୋର ବାପା ନନ୍ଦ କୁମାର ବଘେଲ ଏକ  ବିଶେଷ ସମୁଦାୟ ପ୍ରତି ଟିପ୍ପଣୀ କରି ସାଂପ୍ରଦାୟିକ ଶାନ୍ତି ଭଙ୍ଗ କରିଛନ୍ତି। ତାଙ୍କର ଏହି ଧରଣର ମନ୍ତବ୍ୟକୁ ନେଇ ମୁଁ ଦୁଃଖିତ।

   Related Posts