Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜେଏନୟୁର ୩ ଛାତ୍ରଙ୍କ ସମ୍ମୁଖରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କଲା ଅଟୋ ଡ୍ରାଇଭର, ମାମଲା ରୁଜୁ ପରେ ପୋଲିସ କଲା ଗିରଫ

26/09/2019 at 1:40 PM

ଲକ୍ଷ୍ନୌ ୨୬/୯: କିଶନଗଡ଼ ଅଞ୍ଚଳରେ ଜଣେ ଅଟୋ ଡ୍ରାଇଭର ୩ ଜଣ ଯୁବତୀଙ୍କ ସାମ୍ନାରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଅଟୋ ଡ୍ରାଇଭରକୁ ଗିରଫ କରାଯାଇଛି। ଏହି ଯୁବତୀମାନେ ଜେଏନୟୁର ଛାତ୍ରୀ। ଘଟଣା ଘଟିଥିବା ରାତିରେ ଯୁବତୀମାନେ ହଷ୍ଟେଲକୁ ଫେରୁଥିଲେ।

ଘଟଣାଟି ଜେଏନୟୁର ୧ନମ୍ବର ଗେଟର ବାହାରେ ହୋଇଥିଲା। ଅଟୋ ଡ୍ରାଇଭରର ଅଶ୍ଳୀଳ ଆଚରଣ ଯୋଗୁଁ ଛାତ୍ରୀମାନେ ପାଟି କରିଥିଲେ । ଫଳରେ ସେଠାରେ ଥିବା ଗାର୍ଡ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଧରି ପୋଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତର ନାଁ ଅଖିଳେଶ କୁମାର । ସେ ୟୁପିର କନୌଜ ବାସିନ୍ଦା।

ପୋଲିସ୍ କହିବା ଅନୁସାରେ ଘଟଣାଟି ସେପ୍ଟେମ୍ବର ୧୭ତାରିଖ ରାତିରେ ଘଟିଥିଲା। ଜେଏନୟୁର ୩ଜଣ ଛାତ୍ରୀ ନିଜ ହଷ୍ଟେଲକୁ ଫେରୁଥିଲେ। ସେତେବେଳେ ୧ନମ୍ବର ଗେଟ୍ ପାଖରେ ଜଣେ ବ୍ୟକ୍ତି ଅଟୋଡ୍ରାଇଭର ସେମାନଙ୍କୁ ଦେଖି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଛି। ଏହି ଅଶ୍ଳୀଳ ଆଚରଣକୁ ଦେଖି ସେମାନେ ଜୋରରେ ପାଟି କରିଥିଲେ। ପାଟି ଶୁଣି ଗେଟ୍ ପାଖରେ ଥିବା ସିକ୍ୟୁରିଟି ଗାର୍ଡ଼ ତୁରନ୍ତ ଆସି ଅଭିଯୁକ୍ତକୁ ଧରିଥିଲା।

ଏହି ଘଟଣା ପରେ ପୀଡ଼ିତା ଛାତ୍ରୀ କିଶନଗଡ଼ ଥାନାକୁ ଯାଇଥିଲେ। ଏଠାରେ ଜଣେ ଯୁବତୀଙ୍କ ବୟାନ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ସେ ଜଣେ ଯାତ୍ରୀଙ୍କୁ ଛାଡ଼ିବାକୁ ସେହି ସ୍ଥାନକୁ ଆସିଥିଲା।

   Related Posts