Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

କଗାଂରୁ କୋର୍ଟରେ ୭ ମାସର ଭିନ୍ନକ୍ଷମ ଗର୍ଭବତୀ ମାମଲା : ଅଭିଯୁକ୍ତ ଗାଁ ମୁଖିଆକୁ ଗିରଫ କଲା ପୋଲିସ୍

4/11/2019 at 12:10 PM

କଳାହାଣ୍ଡି ୪/୧୧: ଭିନ୍ନକ୍ଷମ ଯୁବତୀ ୭ମାସର ଗର୍ଭବତୀ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ କଳାହାଣ୍ଡି ପୋଲିସ । ଏହି ଘଟଣାର ଅଭିଯୁକ୍ତ ଅମୂଲ୍ୟ ବିଶ୍ବାଳକୁ ପୋଲିସ ଗିରଫ କରିଛି । ହେଲେ ପୀଡିତାର ଭବିଷ୍ୟତ ଓ ସୁରକ୍ଷା ପାଇଁ ପରିବାର ଚିନ୍ତିତ ।

ଜୁନାଗଡ ଥାନାରେ ମାମଲା ରୁଜୁ ହୋଇ ବାଦଲଦେଇ ଗାଁରୁ ଅଭିଯୁକ୍ତ ଅମୁଲ୍ୟ ବିଶ୍ବାଳକୁ ଗିରଫ କରି ପୀଡିତାର ବୟାନ ଓ ଡାକ୍ତରୀ ମାଇନା ପ୍ରକ୍ରିୟା ପୋଲିସ ଜାରି ରଖିଛି । ହେଲେ ୧୦୦ ପ୍ରତିଶତ ମୂକ ତଥା ମାନସିକ ଅନଗ୍ରସର ଗର୍ଭବତୀ ଯୁବତୀର ଭବିଷ୍ୟତ ପାଇଁ ପରିବାର ଚିନ୍ତିତ । ଏପଟେ ଗାଁ ଗଉନ୍ତିଆର ପୁଅ ଅମୂଲ୍ୟ ବିଶ୍ବାଳର ଗିରଫ ପରେ ଶ୍ରମିକ ଶ୍ରେଣୀର ପୀଡିତା ପରିବାର ନିଜ ସୁରକ୍ଷା ପାଇଁ ବି ଚିନ୍ତିତ । ଅନ୍ୟପକ୍ଷରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଜାରି ରହିଛି । ପୀଡିତା ପରିବାରକୁ ଆବଶ୍ୟକ ସ୍ଥଳେ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛି ପୋଲିସ୍ ।

କଙ୍ଗାରୁ କୋର୍ଟରେ ପୀଡିତା ପରିବାରକୁ ପୋଲିସ ନିକଟରେ ଅଭିଯୋଗକୁ ବାରଣ ସତ୍ବେ ପୀଡିତା ପରିବାର କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ପାଇବା ଆଶାରେ ସାହସ ଦେଖାଇଛନ୍ତି । ହେଲେ ସମାଜର ନିଷ୍ପତି ବିରୋଧରେ ଯାଇ ଗାଁରେ ପରିବାର କେତେ ସୁରକ୍ଷିତ ? ତଥା ଭିନ୍ନକ୍ଷମ ମାନସିକ ଗର୍ଭବତୀ ଓ ଜନ୍ମ ହେବାକୁ ଯାଉଥିବା ଶିଶୁର ଭବିଷ୍ୟତ କଣ ହେବ ତାହା ବର୍ତମାନ ବଡ ପ୍ରଶ୍ନ ?

   Related Posts